ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଖୋର୍ଦ୍ଧା ଜିଲ୍ଲା ଦ୍ଵାରା ଓଡିଶାର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତି ଓ ଶିକ୍ଷା ସ୍ଥିତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡିଶାର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡିଲା ଭଳି ହୋଇ ସାରିଲାଣି ଓ ଶିକ୍ଷା ବ୍ୟବସ୍ଥା ରେ ବିଭିନ୍ନ ବ୍ୟତିକ୍ରମ ଦେଖା ଦେଲାଣି । OSSC ପରୀକ୍ଷାରେ ପ୍ରଶ୍ନପତ୍ର ମୁଦ୍ରଣ ତ୍ରୁଟି ଏବଂ ପରୀକ୍ଷା ବାତିଲ କରିବା, ମାଟ୍ରିକ୍ ପରୀକ୍ଷାରେ ୧୫୦୦୦ ରୁ ଉର୍ଦ୍ଧ ପିଲା ପରୀକ୍ଷା ନ ଦେବା, ରାଜ୍ୟରେ ମାଳ ମାଳ ଅଧ୍ୟାପକ ପଦବି ଖାଲି ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ସ୍ଥିତିକୁ ଦର୍ଶାଉଛି । ବିଜେବି କଲେଜ, ମହର୍ଷି କଲେଜ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ବିଭିନ୍ନ କ୍ୟାମ୍ପସ ପରିସରରର ଅଣଛାତ୍ରଙ୍କ ପ୍ରବେଶ ଏବଂ ଶିକ୍ଷା ପରିସରକୁ ଅଶାନ୍ତ କରିବା , ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ଗୃହ ବିଭାଗର ସୁରକ୍ଷା ବଳୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହିଳା ଅସଦାଚରଣ ଭଳି ଘଟଣା ଦିନକୁ ଦିନ ବଢିବାରେ ଦେଖିବାକୁ ମିଳୁଛି । ହକି ବିଶ୍ୱକପ ସମୟରର ଜରଣ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ପଟିଆ ରେଳ ଷ୍ଟେସନରେ ଗଣ ଦୁଷ୍କର୍ମ କରିବା ହେଉ କି ବିଜେବି କଲେଜ ରୂଚିକାକୁ ଆଜି ଯାଏଁ ନ୍ୟାୟ ନ ଦେବା ଘଟଣା ଭଳି ରାଜ୍ୟ ରେ ମହିଳା ଜନିତ ଅପରାଧରର ସରକାରଙ୍କ ଫେଲ୍ ନୀତି ପୋଲିସ ସୁରକ୍ଷା ଫେଲ କାରଣରୁ ଘଟୁଛି । ତେଣୁ ଦାୟିତ୍ବବାନ ଛାତ୍ର ସଂଗଠନ ହିସାବରେ ଏବିଭିପି ଏହାକୁ ତୀବ୍ର ବିରୋଧ କରୁଛି । ରାଜ୍ୟର ମୁଖିଆ ଯେତେବେଳେ ଏହି ସବୁ ବିଷୟରେ ଚୁପ୍ ବସିଛନ୍ତି ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି l ଏହି ଆନ୍ଦୋଳନର ପ୍ରମୁଖ ବିନ୍ଦୁ ହେଉଛି – ଓଡିଶାରେ ଖାଲି ପଡିଥିବା ଅଧ୍ୟାପକ ପଦ ତୁରନ୍ତ ପୂରଣ କରାଯାଉ , ମହର୍ଷି କଲେଜ, ବିଜେବି କଲେଜ ଓ ବିଭିନ୍ନ କ୍ୟାମ୍ପସ ରେ ଅଣଛାତ୍ର ଙ୍କଦ୍ଵାରା ବିଦ୍ୟାର୍ଥୀଙ୍କ ଉପରେ ଆକ୍ରମଣ କରିଥିବା ଅପରାଧିଙ୍କ ତଦନ୍ତ ଓ ସେ ସମସ୍ତ କ୍ୟାମ୍ପସ ର ସୁରକ୍ଷା – ଓଡିଶା ରେ ଦିନକୁ ଦିନ ବୃଦ୍ଧି ପାଉଥିବା ମହିଳା ଅପରାଧ ରେ ସମ୍ପୂର୍ଣ୍ଣ ଲଗାମ୍ ଲଗାନ୍ତୁ ସରକାର – OSSC, ମାଟ୍ରିକ ପରୀକ୍ଷାରେ ତ୍ରୁଟି କୁ ସୁଧାରନ୍ତୁ ଓ ଉଚ୍ଚ ସ୍ତରୀୟ ତଦନ୍ତ କରନ୍ତୁ – ଓଡିଶାରର ବିପର୍ଯ୍ୟସ୍ତ ଆଇନ ପରିସ୍ଥିତି ବିରୋଧରେ – ଓଡିଶାରେ ଖାଲି ପଡିଥିବା ୨.୨୬ ଲକ୍ଷ ସରକାରୀ ପଦବିର ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରନ୍ତୁ ସରକାର l ତୁରନ୍ତ ଏହି ସବୁ ବିଷୟ କୁ ନିଜେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେଇ ସମାଧାନ କରନ୍ତୁ ନହେଲେ ଗାଦି ଛାଡିଦିଅନ୍ତୁ ଅନ୍ୟଥା ଆଗାମୀ ଦିନରେ ଏବିଭିପି ଏହି ସବୁ ବିଷୟ ର ଜବାବ ମାଗିବାକୁ ନବୀନ ନିବାସ ପର୍ଯ୍ୟନ୍ତ ଯିବ l ରାଜ୍ୟର ଭୁଷୁଡି ପଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଶିକ୍ଷା ସ୍ଥିତିକୁ ବିରୋଧ କରି ଏହି ବିକ୍ଷୋଭ ରେ ଖୋର୍ଦ୍ଧା ଜିଲ୍ଲା ର କାର୍ଯ୍ୟକର୍ତ୍ତା ତଥା ଜିଲ୍ଲା ସଂଯୋଜକ ସାଗର ପରିଡ଼ା, ଜିଲ୍ଲା ସହ ସଂଯୋଜିକା ଦିପ୍ତିମୟୀ ପ୍ରତିହାରୀ, ବିଶ୍ୱଜିତ୍ ଦାସ, ଶୈଳେଶ ସାମନ୍ତରାୟ, ଅଂଶୁମାନ ଆଚାର୍ଯ୍ୟ, ବିଭୁପ୍ରକାଶ , ସରସ୍ଵତୀ ଚିନାରା, ପ୍ରଭୁ , ଶୁଭମ୍ ସାହୁ ଆଦି ଉପସ୍ଥିତ ରହି ବିକ୍ଷୋଭ କରିଥିଲେ ।
ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କଲା ଏବିଭିପି !!!

