ମୋ ବସ – ଆଇଚର ମୁଁହାମୁଁହି : ଦୁଇ ଗୁରୁତର , ୧୦ ଆହତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଭୁବନେଶ୍ୱର – ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକ ନିକଟରେ ଯାତ୍ରୀ ବାହୀ ମୋ ବସ ସହିତ ଆଇଚର ମୁଁହାମୁଁହି ଧକ୍କା ଦେବାରୁ ଘଟଣା ସ୍ଥଳରେ ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ଆଇଚର ଡ୍ରାଇଭରଙ୍କ ସହ ଦୁଇ ଗୁରୁତର ହେଇଛନ୍ତି । ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମୋ ବସକୁ ବିପରୀତ ଦିଗରୁ ଆସୁଥିବା ଆଇଚର ଟ୍ରକ ସାମ୍ନା ପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ୟାସ କଟର ସହାୟତାରେ ଟ୍ରକକୁ କାଟି ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ବାହାର କରିଥିଲେ । ସମସ୍ତ ଆହତ ଓ ଗୁରୁତରଙ୍କୁ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ଗୁରୁତରଙ୍କୁ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରା ଯାଇଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *