ବ୍ରହ୍ମପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶିବାନନ୍ଦ ନଗର ଅଧିନସ୍ଥ ମା ସରସ୍ଵତୀ ବିଦ୍ୟାମନ୍ଦିର ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ ଶୁଭସ୍ମିତା ସାହୁ । ବାର୍ଷିକ ପରୀକ୍ଷାରେ କୃତିତ୍ବ ଅର୍ଜନ କରି ପାଇଛନ୍ତି ପ୍ରଥମ ସ୍ଥାନ । ବ୍ରହ୍ମପୁର ଆସ୍କା ରୋଡ଼ ସ୍ଥିତ ମଥୁରା ନଗରର ବିଜୟ କୁମାର ସାହୁ ଓ ସୁଜାତା ସାହୁଙ୍କ ବଡ ଝିଅ ଶୁଭସ୍ମିତା ସାହୁ ବୟସ ୧୧ । ନିଜ ସ୍କୁଲର ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଥାନୀୟ ଅଞ୍ଚଳରେ ସେ ଏବେ ବେଶ୍ ଜଣାଶୁଣା ଅଛନ୍ତି । ଶୁଭସ୍ମିତା ଯେତେବେଳେ ଦ୍ୱିତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ସେ ସମୟର ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ତୃତୀୟ ଶ୍ରେଣୀରେ ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ସରକାରୀ ମେଧାବୃତ୍ତି ପରୀକ୍ଷାରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ମଧ୍ୟ ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବର୍ତ୍ତମାନ ପଞ୍ଚମ ଶ୍ରେଣୀର ସରକାରୀ ମେଧାବୃତ୍ତି ପରୀକ୍ଷା ପାଇଁ ମଧ୍ୟ ଚୟନ ହୋଇଛନ୍ତି । ଶୁଭସ୍ମିତା ଭଲ ପାଠ ପଢିବା ସହିତ ଖେଳ ପ୍ରତି ରୁଚି ରଖିଛନ୍ତି । ଶୁଭସ୍ମିତାଙ୍କ ଏ ସବୁ ସଫଳତାର ଶ୍ରେୟ ତାଙ୍କ ଗୁରୁଜୀ ଗୁରୁମା ଏବଂ ବାବା ମାଆଙ୍କୁ ଦେଇଛନ୍ତି ।
ବାର୍ଷିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କଲେ ବ୍ରହ୍ମପୁର ଶିବାନନ୍ଦ ନଗର ସରସ୍ଵତୀ ବିଦ୍ୟାମନ୍ଦିର ସ୍କୁଲ ଛାତ୍ରୀ ଶୁଭସ୍ମିତା ସାହୁ !!!

