ଭିଜିଲାନସ ଜାଲରେ ସରକାରୀ ଅଧିକାରୀ , ପ୍ରାନ ଆଇଡି ଖୋଲିବା ପାଇଁ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଭିଜିଲାନ୍ସ ଜାଲରେ ସରକାରୀ ଅଫିସର l ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଟ୍ରେଜେରି ଅଫିସରେ ଶିକ୍ଷକଙ୍କ ଠାରୁ ପ୍ରାନ ଆଇଡି ଖୋଲିବା ପାଇଁ 48 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି ଜୁନିଅର ଷ୍ଟେନୋ ଦୁର୍ଗା ପ୍ରସାଦ ମହାପାତ୍ର l ନୟାଗଡ଼ ଜିଲ୍ଲାର 161 ଜଣ ହାଇସ୍କୁଲ ଶିକ୍ଷକଙ୍କ ପେନସନ ଯୋଜନା ପାଇଁ PRAN ID ଖୋଲିବା ପାଇଁ ମୋଟ 48 ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ଲାଞ୍ଚ ନଦେଲେ କାମ ହେବ ନାହିଁ ବୋଲି କହିଥିଲେ l ଶିଖରପୁର ହାଇସ୍କୁଲର ଶିକ୍ଷୟିତ୍ରୀ ମୈତ୍ରୀ ଆଚାର୍ଯ୍ୟ ଏ ନେଇ ନୟାଗଡ଼ ଭିଜିଲାନ୍ସଙ୍କ ନିକଟରେ ଅଭିଯୋଗ କରିଥିଲେ l ଟଙ୍କା ନେବା ବେଳେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ରେଡ ହ୍ୟାଣ୍ଡରେ ଧରିଥିଲା l ଅଭିଯୁକ୍ତ ଜୁନିଅର ଷ୍ଟେନୋ ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ ଗିରଫ କରିବା ପରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ସରକାରୀ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସର ଏକ ଟିମ୍ l

Leave a Reply

Your email address will not be published. Required fields are marked *