ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଯାହା ପୂର୍ବରୁ କେବେ ହୋଇନି ତାହା ଏକ ବର୍ଷରେ କରି ଦେଖାଇଛି , ଗଣମାଧ୍ୟମ ଆଗରେ ଏପରି ବୟାନ ଦେଇଛନ୍ତି ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ! ଖୋର୍ଦ୍ଧା ଜିଲ୍ଲାର ବାଣପୁର ବିଜ୍ଞାପିତ ଅଞ୍ଚଳ ଧୀରେ ଧୀରେ ଉନ୍ନତି କରିବାରେ ଲାଗିଛି l ନିର୍ବାଚିତ ହେବା ପର ଠାରୁ ଅହରହ କାମରେ ବ୍ୟସ୍ତ ରହି ସମସ୍ତ କାଉନସିଲର ମାନଙ୍କ ମିଳିତ ସହଯୋଗ ରେ ବିଭିନ୍ନ କାର୍ଯ୍ୟ କରି ଚର୍ଚ୍ଚାରେ ଅଛନ୍ତି ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ । ବର୍ତମାନ ଏକ ବର୍ଷ ପୁରିଛି , ଆଗକୁ ଆଉ ଚାରି ବର୍ଷ ବାକି ରହିଛି ! ଦେଖାଯାଉ ଆଗକୁ ସେ କେତେ ଲୋକଙ୍କ ପ୍ରିୟଭାଜନ ହୋଇ ପାରୁଛନ୍ତି ! ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ରେ ଛିଡା ହୋଇ ସାହାଯ୍ୟ ସହଯୋଗ କରୁଥିବା ଚାରି ଆଡେ ମଧ୍ୟ ଚର୍ଚ୍ଚା ହେଉଛି l ଆଗାମୀ ଆହୁରି ଚାରି ବର୍ଷର ସମସ୍ତ ଦିନ ମାନଙ୍କରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆହୁରି ଉନ୍ନତି ମୂଳକ କାର୍ଯ୍ୟ କରିବା ସହିତ ସମସ୍ତଙ୍କ ସୁଖ ରେ ଦୁଃଖରେ ଛିଡ଼ା ହୋଇ ବାଣପୁର ବାସୀଙ୍କୁ ସହଯୋଗ କରିବେ ବୋଲି ମଧ୍ୟ ଅଧ୍ୟକ୍ଷ ମିଟୁ ନାୟକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି l
ଯାହା ପୂର୍ବରୁ କେବେ ହୋଇନି ତାହା ଏକ ବର୍ଷରେ କରି ଦେଖାଇଛି : ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ !!!

