ଚିଲିକା ଅଞ୍ଚଳର କରୁଣ କାହାଣୀ : ବାର୍ଦ୍ଧକ୍ୟ ଅବସ୍ଥାରେ ଜରି ତଳେ , ମାଟି ଉପରେ ବିତୁଛି ଜୀବନ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିଜେ ନ ଖାଇ ପିଲାମାନଙ୍କୁ କାହା ଆଗରେ ଠିଆ ନ କରି ସେମାନଙ୍କ ପାଇଁ ଜୀବନ ସାରା ସଂଗ୍ରହ କରି ଚାଲୁଥାଏ, ସିଏ ହିଁ ବାପା ଓ ମାଆ । କେତେ ଯେ ଦୁଃଖ କଷ୍ଟ ସହି ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଙ୍କ ପାଇଁ ସୁଖ ଦେଖିଥାନ୍ତି ,ସେ ହେଉଛନ୍ତି ବାପା ମାଆ । ଆଜିର ସମାଜ ଯାହା କଳୁଷିତ ହେବାକୁ ବସିଛି । ସେତେବେଳେ ଜାଣିପାରୁନି ମୁଁ ବି ଦିନେ ପିଲା ଥିଲି। ଆଜି ବଡହୋଇ ବାହାତୋଳା ହେଲି ରୋଜଗାର କ୍ଷମ ହେଲି, ହେଲେ ପଛକଥା କୁ କିପରି ଭୁଲି ବାପା ମାଆ କୁ ସେମାନଙ୍କ ସେବା କରିବା ବଦଳରେ ଦୁଃଖ ପ୍ରତାରଣା ଦେଉଛି , ଅବହେଳା ସହିତ ବାପା ମାଆ ଙ୍କୁ ହାତ ଉଠେଇ ମାରିବାକୁ ପଛାଉ ନାହିଁ , ଘରୁ ବାହାରି ଯିବାକୁ ବାଧ୍ୟ କରୁଛି , ସତେ ଯେମିତି ବାପା ମାଆ ସେମାନଙ୍କ ଉପରେ ବୋଝ ସଦୃଶ୍ୟ ହୋଇଯାଇଛନ୍ତି l ତଥାପି ବାପା ମାଆ ସେସବୁ କୁ ଭୁଲି ପିଲାମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଓ ଭଲପାଇବା ଯେମିତି ରହିଛି ରହିଥିବ ସର୍ବଦା ଚେଷ୍ଟା କରିଚାଲିଛନ୍ତି l କିନ୍ତୁ ଆଜିର ସମାଜରେ ପିଲାମାନେ ବାପା ମାଆ ଙ୍କୁ ଅଣଦେଖା କରିବାର କାରଣ କଣ ହୋଇପାରେ ଯାହା ସମାଜ ଉପରେ ତାହାର କୁ ପ୍ରଭାବ ପଡିବାରେ ଲାଗିଛି l ଯେଉଁଘରେ ବାପା ମାଆ ଖୁସି ନଥାନ୍ତି ସେଇଘରେ କେବେବି ସୁଖ ଶାନ୍ତି ରହି ନଥାଏ । ଏମିତି ଏକ କାହାଣୀ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ନିମିଖେତା ପଞ୍ଚାୟତ ନିମେଇମଲ ଗ୍ରାମର ତ୍ରିନାଥ ସ୍ୱାଇଁ ଓ ପତ୍ନୀ ପାର୍ବତୀ ସ୍ୱାଇଁଙ୍କ କଥା l ତ୍ରିନାଥ ସ୍ୱାଇଁ ଙ୍କ ବୟସ ଅଶିଏ ରୁ ଉର୍ଦ୍ଧ ହୋଇଥିବା ବେଳେ ତାଙ୍କ ପତ୍ନୀ ବୟସ ସତୁରି ରୁ ଉର୍ଦ୍ଧ ହେବ, ନିଜେ ପରିଣତି ବୟସରେ ବହୁତ ଦୁଃଖ କଷ୍ଟ କୁ ପଛରେ ପକାଇ ଚା ଜଳଖିଆ କରି ବିକ୍ରି କରୁଛନ୍ତି ଆଉ ସେଥିରୁ ଯାହା ରୋଜଗାର ହୁଏ ସେଥିରେ ତାଙ୍କର ତେଲ ଲୁଣର ସଂସାର ଚାଲେ l ପୁଅ ଝିଅ ଜନ୍ମ କରିଛନ୍ତି ସତ କିନ୍ତୁ ଆହା କରିବାକୁ ପାଖକୁ କିଏ ହେଲେବି ଜଣେ ଆସନ୍ତି ନାହିଁ l ବୃଦ୍ଧ ଅବସ୍ଥାରେ ସେମାନଙ୍କୁ ନିଜ ହାତରେ ନିଜ ପାଇଁ ରୋଷେଇ କରିବାକୁ ପଡ଼େ, ଅସୁସ୍ଥତା ସମୟରେ ରାନ୍ଧି ନ ପାରିଲେ ଉପାସରେ ଶୋଇବାକୁ ପଡ଼େ ! ଆଉ ଏହି ଗଛ ମୂଳରେ ଝାଟିମାଟି ସାଙ୍ଗକୁ ଜରି ପାଲ ରେ ତିଆରି ଝୁପୁଡି ଘରେ ସମୟ ବିତାଉଛନ୍ତି ! ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ହେଉ ବା ରାସନ ଚାଉଳ ପାଇଁ ଯିବାକୁ ପଡୁଛି ତିନି କିଲୋମିଟର l ଆଉ ଏତେ ଦୂର ବାଟ ହେତୁ ଏମାନେ ଗଲେ ଆଣିଲେ ନ ଗଲେ ନାହିଁ ! ଆଉ ଏମାନଙ୍କର ଚାଲେ ଏମିତି ଦୁଃଖ କଷ୍ଟ ରେ ଜୀବନ ! ଯାହା ସେମାନଙ୍କ ଯିବା ଆସିବା ରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା କୁହନ୍ତି, କହିବେ କାହାକୁ ଶୁଣିବ କିଏ ? ବାଧ୍ୟ ହୋଇ ନୀରବତା ଅବଲମ୍ବନ କରିବାକୁ ପଡୁଛି l ଯଦି ସରକାର ଏମାନଙ୍କ ପାଇଁ କିଛି ସୁବିଧା କରନ୍ତେ ହୁଏତ ସେମାନେ କିଛି ଉପକୃତ ହୋଇପାରନ୍ତେ l

Leave a Reply

Your email address will not be published. Required fields are marked *