ଟାଙ୍ଗି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ପାଳିତ ହେଉଛି ଓଜନ ଉତ୍ସବ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକର ୨୬ ଗୋଟି ପଞ୍ଚାୟତର ୨୫୩ ଗୋଟି ଅଙ୍ଗନବାଡ଼ି କେନ୍ଦ୍ରରେ ଆରମ୍ଭ ହେଲା ଓଜନ ଉତ୍ସବ । ଟାଙ୍ଗି ସିଡିପିଓ ନିର୍ମଳା ଦାଶଙ୍କ ତତ୍ତ୍ୱାବଧାନରେ ଚଳିତ ମାସ ୭ ତାରିଖରୁ ୧୨ ତାରିଖ ପର୍ଯନ୍ତ ଏକ ସପ୍ତାହ ବ୍ୟାପୀ ପ୍ରତିଦିନ ଅଙ୍ଗନବାଡ଼ି କେନ୍ଦ୍ରରେ ଅନୁଷ୍ଠିତ ହେଉଅଛି ଏହି କାର୍ଯ୍ୟକ୍ରମ । ଏହି ଆଧାରରେ ଟାଙ୍ଗି ବ୍ଲକ କୁହୁଡି ସେକ୍ଟର ଛେଳିଆ ସାହି ଅଙ୍ଗନୱାଡି କେନ୍ଦ୍ରରେ କୁହୁଡି ସେକ୍ଟର ସୁପରଭାଇଜର କନକଲତା ଦାଶଙ୍କ ସକ୍ରିୟ ସହଯୋଗରେ ଆରମ୍ଭ ହୋଇଛି । ଛେଳିଆସାହି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ବି. ମଞ୍ଜୁଳା ନାଇଡ଼ୁଙ୍କ ଉପସ୍ଥିତିରେ ଆୟୋଜିତ ଉତ୍ସବରେ ରତନପୁର ସ୍ବାସ୍ଥ୍ୟ କର୍ମୀ ସସ୍ମିତା ମହାରଣା, ପ୍ରଧାନ ଶିକ୍ଷକ କିଶୋର କର, ୱାର୍ଡ ସଭ୍ୟା ଜେମାମଣି ସେଠୀ, ଯାଞ୍ଚ କମିଟି ସଭ୍ୟ ଦାଶରଥି ନାଇଡ଼ୁ, ଆଶା ଦିଦି ସୁବର୍ଣ୍ଣ ସୁନ୍ଦରୀ ନାଇଡ଼ୁ ଅତିଥି ଭାବେ ଯୋଗ ଦେଇଥିଲେ । ଅଙ୍ଗନୱାଡ଼ି କର୍ମି ମଞ୍ଜୁଳା ନାଇଡ଼ୁ ଓ ସ୍ବାସ୍ଥ୍ୟ କର୍ମୀ ସସ୍ମିତା ମହାରଣା ଓ ଆଶା ସୁବର୍ଣ୍ଣ ଦିଦି ସମସ୍ତ ଶିଶୁଙ୍କର ଓଜନ କରିବା ସହ ଏହି ଉତ୍ସବ କାହିଁକି ପାଳିତ ହେଉଛି ତାର ଲକ୍ଷ ଉଦ୍ଦେଶ୍ୟ ସହ ମାଆ ମାନେ କିପରି ପିଲାଙ୍କୁ ପୃଷ୍ଠିକର ସୁଷମ ଖାଦ୍ୟ ପ୍ରଦାନ ଓ ତାଙ୍କର ଯତ୍ନ ନେବେ ସେ ସଂପର୍କରେ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମାତୃ କମିଟି ସଦସ୍ୟା ଏନ. ଭାନୁମତୀ, ଏସ ଏଚ ଜି ସଦସ୍ୟା ଏ. ଲକ୍ଷ୍ମୀ ପାତ୍ରଙ୍କ ସମେତ ଅଙ୍ଗନବାଡ଼ି କେନ୍ଦ୍ର ଅଧିନରେ ଥିବା ସମସ୍ତ ପିଲା ଓ ସେମାନଙ୍କର ମା ମାନେ ଉପସ୍ଥିତ ଥିଲେ। କେନ୍ଦ୍ରର ସହାୟିକା ମୀନା ପାତ୍ର ସୂଚନା ଦେଇଛନ୍ତି ଯେ, ଉକ୍ତ ଉତ୍ସବ ସମୟରେ ସମସ୍ତ ପିଲାଙ୍କୁ ନିଜ ନିଜ ଅଙ୍ଗନୱାଡି କେନ୍ଦ୍ରକୁ ଆଣି ସେମାନଙ୍କର ଓଜନ କରାଇବା ସହ ଓଜନ ଉତ୍ସବ ସମ୍ପର୍କରେ ଅବଗତ ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *