ବ୍ୟୁତ୍ପାତ ପ୍ରସ୍ତୁତି ଓ ଯୁବlନୁଷ୍ଠାନ ପକ୍ଷରୁ ତାଲିମ ଶିବିର !!!

Spread the love

ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନଙ୍କୁ ରୋଜଗାରକ୍ଷମ କରିବାକୁ ବିଭିନ୍ନ ସ୍ବେଛlସେବି ଅନୁଷ୍ଠାନ ମାଧ୍ୟମରେ ପ୍ରଶିକ୍ଷଣ ମାନ ଯୋଗାଇ ଦେଉଛନ୍ତି ! ବୋଲଗଡ଼ ବ୍ଲକ ପାଟପୁର ଶାସନ ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମ ସ୍ଥିତ ବ୍ୟୁପାତ ପ୍ରସ୍ତୁତି ଓ ଯୁବାନୁଷ୍ଠାନ ତରଫରୁ ଖୋର୍ଦ୍ଧା ଜିଲ୍ଲା କୃଷି ବିଜ୍ଞାନକେନ୍ଦ୍ର ଓ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ତରଫରୁ ମସ୍ୟ ଓ ଛତୁଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ! ଏହି ମସ୍ୟ ଓ ଛତୁ ଚାଷ ସମ୍ପର୍କୀୟ ଶିବିରରେ ମୋଟ 80 ଜଣ ମହିଳା ଯୋଗଦେବାର କାର୍ଯ୍ୟକ୍ରମ ଥିଲା ବେଳେ ଏହି ଶିବିରରେ ସ୍ଥାନୀୟ ଅଂଚଳରୁ ଶତାଧିକ ମହିଳା ଯୋଗଦେଇ ପ୍ରଶିକ୍ଷଣ ଶିବିରରେ ସଫଳତାର ସହ ତାଲିମ ନେଇଥିଲେ ! ଏହି ପ୍ରଶିକ୍ଷଣ ଶିବିରରେ କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞନିକ ଡ଼ଃ ଅଜୟ ଦାସ, ଡ଼ଃ ପ୍ରଜ୍ଞାନ ରଞ୍ଜନ ସ୍ୱାଇଁ ଓ ବୋଲଗଡ଼ ବ୍ଲକ ଉଦ୍ୟାନ ଓ ମସ୍ୟ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ! ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପରାମର୍ଶ ଦେଇଥିଲେ ! ଏହି ତାଲିମ ଶିବିରକୁ ଆଇ.ୱାଇ. ଡ଼ି. ପି ସଭାପତି ରବିନାରାୟଣ ପଣ୍ଡା, ସୂର୍ଯ୍ୟକାନ୍ତ ମହାପାତ୍ର, ରାଜକିଶୋର ସାହୁ, ଧ୍ରୁବ ଚରଣ ମହାପାତ୍ର ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *