ଦାଦନ ଖଟିବାକୁ ଯାଇଥିବା ସୁନିଲ ର ଶବ ଫେରିଲା ବାଣପୁର ସାଲୁଣୀ ଗ୍ରାମକୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସାଲୁଣୀ ଗ୍ରାମରେ ଦେଖିବାକୁ ମିଳିଛି ଏକ ଶୋକାକୁଳ ପରିବେଶ । ବାଣପୁର ଥାନା ଅନ୍ତର୍ଗତ ସାଲୁଣୀ ଗ୍ରାମର ସତ୍ୟ ସ୍ୱାଇଁଙ୍କ ଏକମାତ୍ର ପୁତ୍ର ସୁନିଲ କୁମାର ସ୍ବାଇଁ ବୟସ ୧୯ବର୍ଷ ହେବ । ସତ୍ୟ ସ୍ୱାଇଁଙ୍କ ଶରୀର ଅସୁସ୍ଥ ଥିବାରୁ ପରିବାର ଚଳାଇବା ପାଇଁ ପାଠପଢାରେ ଡୋରି ବାନ୍ଧି ସୁଦୂର ଚେନାଇରେ ଦାଦନ ଖଟିବାକୁ ଠିକାଦାର ଦିଲ୍ଲୀପ ପରିଡାଙ୍କ ସହିତ ଏକ ମାସ ପୂର୍ବରୁ ଯାଇଥିଲେ। ହେଲେ ଦଇବ ଦଉଡି ମଣିଷ ଗାଇ , ଯେଣିକି ଟାଣିବ ତେଣିକି ଯାଇ। ସେଠାରେ ତାଙ୍କର ଦେହ ଖରାପ ହେବାରୁ ସେ କାମ କରିବାକୁ ଯାଇ ନ ପାରିବାରୁ ତାଙ୍କ ଘରଲୋକ ଗାଁକୁ ପଠାଇଦେବା ପାଇଁ କହିଥିଲେ । ୩ଦିନ ପରେ ସୁନିଲକୁ ଠିକାଦାର ମାରଧର କରିଥିବା କଥା ସୁନିଲର ପାଖରେ ଥିବା ଗାଁ ପିଲା କହୁଛନ୍ତି । ସୁନିଲକୁ ଟ୍ରେନ୍ ରେ ନେଇ ଆସୁଥିବା ବେଳେ ନିଲୁର୍ ଷ୍ଟେସନରେ ତାର ବାନ୍ତି ହୋଇ ମୃତ୍ୟୁ ହେବା ଘରକୁ ଖବର ଆସିଲା । ତାଙ୍କ ପରିବାର ଲୋକ ନିଲୁରରେ ପହଁଚି ଶବ ବ୍ୟବଚ୍ଛେଦ ପରେ ଏକ ଆମ୍ବୁଲାନ୍ସ ମାଧ୍ୟମରେ ଗାଁ କୁ ଆଣିଥିଲେ । ନିରାଶ୍ରୟ ପରିବାର ଓ ସାଲୁଣୀ ଗ୍ରାମବାସୀ ବାଣପୁର ଥାନାରେ ଅଭିଯୋଗ କରିବା ସହ ଚାପା ଉତେଜନା ଲାଗି ରହିଥିବା ବେଳେ ଗ୍ରାମବାସୀ ମାନଙ୍କ ବୁଝାସୁଝା କରି ମୃତ ସୁନୀଲର ଶବ ଦାହ କରିଥିଲେ ।

Leave a Reply

Your email address will not be published. Required fields are marked *