ବାଲୁଗାଁ କଲେଜ ର ୩୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ କଲେଜ ର ୩୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଡଃ କଳ୍ପନା ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରବାସ କୁମାର ସୁନ୍ଦରାୟ, ମୁଖ୍ୟ ବକ୍ତା ପ୍ରାକ୍ତନ କ୍ରୀଡା ପ୍ରଶିକ୍ଷକ ବିଜୟ କୁମାର ରାଉତ ଯୋଗଦେଇ କହିଥିଲେ କ୍ରୀଡା ଶିକ୍ଷା ର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଶାରୀରିକ, ମାନସିକ ସୁସ୍ଥତା ପାଇଁ କ୍ରୀଡା ଜରୁରୀ । ପ୍ରତ୍ୟେକ ଦିନ ଶାରୀରିକ ବ୍ୟାୟାମ, ଯୋଗ,ଆସନ, ପ୍ରାଣାୟମ କରିବା ଉଚିତ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏବେ କ୍ରୀଡା କୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି , ତେଣୁ ସମସ୍ତ ଛାତ୍ର ଛାତ୍ରୀ ପାଠ ପଢିବା ସହିତ କ୍ରୀଡା ପ୍ରତି ଆଗ୍ରହ ପ୍ରକାଶ କରିବାକୁ ପରାମର୍ଶ ଦେଇଥିଲେ । ଅଧାପକ ଡଃ କୈଳାସ ଚନ୍ଦ୍ର ମହାରଣା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ରୀଡା ସଂସଦ ର ବରିଷ୍ଠ ଉପସଭାପତି ମୃଡାଣି ଶଙ୍କର ପ୍ରସାଦ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ +୨ ବାଳକ ବିଭାଗ ରେ ସୁମେଶ ସାମନ୍ତରାୟ, ବାଳିକା ବିଭାଗ ରେ ସାଲୋନି ପାତ୍ର, +୩ ବାଳକ ବିଭାଗ ରେ ରାଜେଶ ବେହେରା, ବାଳିକା ବିଭାଗ ରେ ନୀଲମ ସାହୁ ଚମ୍ପିୟାନ ହୋଇ ସମ୍ମାନିତ ହୋଇଥିଲେ । କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଡଃ ଲକ୍ଷ୍ମୀ ଧର ସୁବୁଦ୍ଧି । କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ସୁବ୍ରତ କୁମାର ତ୍ରିପାଠୀ, ଡଃ ସନ୍ତୋଷ କୁମାର ରଥ, ବାଳକୃଷ୍ଣ ପାଢୀ, ମନୋଜ କୁମାର ନାୟକ, ଅଧାପିକା ସ୍ବାତି ସ୍ବାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଅଧାପକ ଧୋବୀ ଚରଣ ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ । କରାଟେ ରେ ଜାତୀୟ ସ୍ତରୀୟ ପ୍ରତିଯୋଗିତା ସଫଳତା ପାଇଥିବା +୨ ଦ୍ବିତୀୟ ବର୍ଷ ର ଛାତ୍ରୀ ସାଲୋନି ପାତ୍ର ଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ ।

Leave a Reply

Your email address will not be published. Required fields are marked *