ଆମରଣ ଅନଶନ ରେ ବସିଲେ ସ୍ୱାଧୀନତା ସଂଗ୍ରାମୀ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡ଼ମ୍ବା ବ୍ଲକ ଅଧିନସ୍ଥ ସନ୍ତରାବଳୀ ଗ୍ରାମ ର ସ୍ୱାଧୀନତା ସଂଗ୍ରାମୀ ମୁରଲୀଧର ପାତ୍ର ଙ୍କୁ ୯୭ ବର୍ଷ ବୟସ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ଙ୍କ ତରଫରୁ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ମିଳି ନାହିଁ ! ଏହି ବାବଦ ରେ ସ୍ୱାଧୀନତା ସଂଗ୍ରାମୀ ମୁରଲୀଧର ପାତ୍ର ଭାରତ ର ରାଷ୍ଟ୍ରପତି, ଭାରତ ର ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଓଡ଼ିଶା ର ମୁଖ୍ୟମନ୍ତ୍ରୀ, ଓଡ଼ିଶା ମୁଖ୍ୟ ଶାସନ ସଚିବ, ଓଡ଼ିଶା ଅର୍ଥ ବିଭାଗ ସଚିବ, ଜିଲ୍ଲାପାଳଙ୍କୁ ପ୍ରାୟ ୨ ବର୍ଷ ହେବ ସାକ୍ଷାତ କରି ବାରମ୍ବାର ଲିଖିତ ଅଭିଯୋଗ ଦେବା ପରେ ମଧ୍ୟ ସ୍ଵାଧୀନତା ସଂଗ୍ରାମୀ ଙ୍କୁ ଭତ୍ତା ପାଇବାରୁ ଅଣଦେଖା କରାଯାଇଛି । କିନ୍ତୁ ସରକାର ଙ୍କ ନିୟମ ଅନୁଯାୟୀ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଭତ୍ତା ପ୍ରଦାନ କରାଯିବା ପାଇଁ ସ୍ଵତନ୍ତ୍ର ଯୋଜନା ଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ବେପରୁଆ ମନୋଭାବ ଓ ଅବହେଳା ଯୋଗୁଁ ଭତ୍ତା ପାଇପାରୁ ନାହାନ୍ତି। ଏହା ଦ୍ବାରା ସ୍ବାଧୀନତା ସଂଗ୍ରାମୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସ୍ବାଧୀନତା ସଂଗ୍ରାମୀ ର ପ୍ରମାଣ ପତ୍ର ପ୍ରଦାନ କରିଥିଲେ ମଧ୍ୟ ଆଜି ଜିଲ୍ଲାପାଳ ଙ୍କର ମନୋମୁଖୀ କାର୍ଯ୍ୟ ପାଇଁ ସ୍ୱାଧୀନତା ସଂଗ୍ରାମୀ ମୁରଲୀ ଧର ପାତ୍ର ଆଜି ଭତ୍ତା ରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ! ପ୍ରକାଶ ଯେ ଚଳିତ ମାସ ୨୦ ତାରିଖ ୧୦ ଘଟିକା ୩୦ ମିନିଟ୍ ରୁ ବଡ଼ମ୍ବା ତହସିଲ କାର୍ଯ୍ୟାଳୟ ରେ ଅହିଂସା ମାର୍ଗ ରେ ତହସିଲ କାର୍ଯ୍ୟାଳୟ ସମ୍ମୁଖ ରେ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ପାଇବା ପର୍ଯ୍ୟନ୍ତ ଆମରଣ ଅନଶନ ରେ ବସିବା ପାଇଁ ତହସିଲଦାର୍ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିବା ସହ ଏହାର ନକଲ ଓଡ଼ିଆ ର ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ କଟକ, ଆରକ୍ଷୀ ଅଧିକ୍ଷକ କଟକ ଗ୍ରାମାଞ୍ଚଳ, ଉପ ଜିଲ୍ଲାପାଳ ଆଠଗଡ଼, ବଡ଼ମ୍ବା ବିଧାୟକ ଦେବୀ ପ୍ରାସାଦ ମିଶ୍ର ଓ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଜଣାଇଥିଲେ । ସ୍ୱାଧୀନତା ସଂଗ୍ରାମୀ ଭତ୍ତା ପାଇବା ପର୍ଯ୍ୟନ୍ତ ଆମରଣ ଅନଶନରେ ରେ ବସିବା ପାଇଁ
ମୁରଲୀ ଧର ପାତ୍ର ପ୍ରକାଶ କରିଥିଲେ । ଆଜି ସଂଗ୍ରାମୀ ପାତ୍ର ସକାଳ ଦଶଟା ସମୟରେ ମହାତ୍ମା ଗାନ୍ଧୀ ଙ୍କ ଫୋଟୋ ଏବଂ ତ୍ରିରଙ୍ଗା ପତାକା କୁ ସାଙ୍ଗରେ ଧରି ତହସିଲ ଅଫିସ ଆଗରେ ବସିଛନ୍ତି। ତହସିଲଦାର ଶାଶ୍ୱତ ଦାଶ ଏବଂ ବିଡିଓ ରମେଶ ଜେନା ଆସି ବୁଝାସୁଝା କରିବାପରେ ବ୍ଲକ ପ୍ରଶାସନ ଉପରେ ତାଙ୍କର ଭରସା ନାହିଁ ବୋଲି ପ୍ରକାଶ କରିଥିଲେ ସଂଗ୍ରାମୀ ପାତ୍ର। ପରେ ତହସିଲଦାର ଶ୍ରୀ ଦାଶ ଆଠଗଡ ଉପଜିଲ୍ଲାପାଳ ଙ୍କ ସହ ଯୋଗାଯୋଗ କରିଥିଲେ। ଘଟଣା ସ୍ଥଳରେ ଉପଜିଲ୍ଲାପାଳ ଆସି ବୁଝାସୁଝା କରିବା ପରେ ଅନଶନ ରୁ ଉଠିଥିଲେ ଏବଂ ୧୫ ଦିନ ଭିତରେ ସଂଗ୍ରାମୀ ଙ୍କର ଯେଉଁ ଅଭିଯୋଗ ରହିଛି ସେ ଅଭିଯୋଗ କୁ ପୂରଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶୃତି ଦେବାସହ ରେଡ଼କ୍ରସ ରୁ 10,000ଟଙ୍କା ଆସନ୍ତା କାଲି ଯୋଗାଇ ଦିଆଯିବ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *