ଏକାକୀ ଲଢ଼ିବ ବିଜେପି – ମନମୋହନ ସାମଲ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ମେଣ୍ଟ ଚର୍ଚ୍ଚାରେ ନୂଆମୋଡ଼ , ବିଜେପି ଦୋହରାଇଲା ଏକା ଲଢ଼ିବୁ , ବିଜେଡି ନୀରବ, ସସ୍‌ପେନ୍ସ ଜାରି ! ୩ ଦିନିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ସାମ୍ବାଦିକ ମାନଙ୍କୁ ପ୍ରତିକ୍ରିୟା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ମେଂଟକୁ ନେଇ କୌଣସି ପ୍ରକାରର ଆଲୋଚନା ଦିଲ୍ଲୀରେ ହୋଇନାହିଁ । ବିଜେପି ରାଜ୍ୟରେ ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବ । ଗତ ଦୁଇଦିନ ଧରି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟର ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେଉଥିଲା । ବିଜେଡି ସହ ମେଂଟ ପାଇଁ କୌଣସି ପ୍ରକାରର ଆଲୋଚନାକୁ ସେ ଫାଙ୍କି ଦେଇଥିଲେ । ଗତ ମାର୍ଚ୍ଚ ୧ ତାରିଖରେ ସେ ଦେଇଥିବା ବୟାନକୁ ଆଜି ମଧ୍ୟ ଦୋହରାଇଥିଲେ ।

Leave a Reply

Your email address will not be published. Required fields are marked *