ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଦୁର୍ଘଟଣା ର ଶୀକାର ହେଲା ତୀର୍ଥ ଯାତ୍ରୀ ବସ ! ପଦ୍ମପୁର ଉପଖଣ୍ଡ ବୁଡ଼େନ ଥାନା ସୁଲିଆ ନିକଟରେ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ । ପୁରୀ ରୁ ଠାକୁର ଦର୍ଶନ କରି ନୃସିଂହନାଥ ଦର୍ଶନ ପରେ ଛତିଶଗଡ ବରୋଦା ଫେରିବାର କାର୍ଯ୍ୟକ୍ରମ ରହିଥିଲା । ବସରେ ପ୍ରାୟ ୫୦ ରୁ ଅଧିକ ଯାତ୍ରୀ ଥିଲା ବେଳେ ୧୫ ରୁ ଅଧିକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ !
ପଦ୍ମପୁର ଉପଖଣ୍ଡ ବୁଡ଼େନ ଥାନା ସୁଲିଆ ନିକଟରେ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ !!!

