ବାଣପୁର ରେ ବିଜେଡିର ଷ୍ଟାର ପ୍ରଚାରକ ଭି କେ ପାଣ୍ଡିଆନ : ଯୋଡି ଶଙ୍ଖ ରେ ଭୋଟ ଦେବାକୁ କଲେ ନିବେଦନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସ୍ଥିତ ଐତିହାସିକ ପଲଟଣ ପଡିଆ ରେ ଅନୁଷ୍ଠିତ ଏକ ବିଶାଳ ନିର୍ବାଚନୀ ସଭାରେ ବିଜେଡିର ଷ୍ଟାର ପ୍ରଚାରକ ତଥା ବରିଷ୍ଟ ନେତା କାର୍ତିକ ପାଣ୍ଡିଆନ ଯୋଗ ଦେଇ ଆସନ୍ତା ୨୫ ତାରିଖ ରେ ହେଉଥିବା ନିର୍ବାଚନ ରେ ଚିଲିକା ବିଧାନସଭା କ୍ଷେତ୍ର ର ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଏବଂ ପୁରୀ ଲୋକ ସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି I ସେ ହେଲିକାପ୍ଟର ଯୋଗେ ଭୀମପୁର ନିକଟସ୍ଥ ଏକ ଅସ୍ଥାୟୀ ହେଲିପ୍ୟାଡ଼ ରେ ଅବତରଣ କରିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯିବା ପରେ ସେ ସିଧା ସଳଖ ସଭା ମଞ୍ଚ ରେ ପହଞ୍ଚି ପ୍ରାୟ ୧୫ ହଜାର ରୁ ଊର୍ଧ୍ଵ ଜନସାଧାରଣ ଙ୍କୁ ଜୟ ଜଗନ୍ନାଥ, ଜୟ ମା ଭଗବତୀ କହି ପ୍ରଥମେ ସମ୍ବୋଧନ କରିଥିଲେ । ରାଜ୍ୟ ସରକାର ଙ୍କ ଦ୍ୱାରା ବାଣପୁର ମା ଭଗବତୀ ଙ୍କ ମନ୍ଦିର ର ଉନ୍ନତି କରଣ ପାଇଁ ୩୩ କୋଟି, ବାଣପୁର ସହର ର ଡ୍ରେନେଜ ପାଇଁ ୧୫ କୋଟି ଟଙ୍କା ର ଅନୁଦାନ କୁ ମନେ ପକାଇ ଦେବା ସଙ୍ଗେ ସଙ୍ଗେ କାଳିଆ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଫାଇଭ ଟି ରେ ବିଭିନ୍ନ ସ୍କୁଲ ର ରୂପାନ୍ତରିକରଣ ଯୋଜନା,ପ୍ରଭୃତି ରେ ନବୀନ ସରକାର ଙ୍କ ଉପଲବ୍ଧି ମାନ ସ୍ମରଣ କରାଇଥିଲେ ।ଓଡିଶା ରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ ହେଲେ ଜୁଲାଇ ପହିଲାରୁ ବିଦ୍ୟୁତ ବିଲ ଛାଡ଼ ଯୋଗୁଁ ୯୦ ପ୍ରତିଶତ ଲୋକଙ୍କୁ ବିଦ୍ୟୁତ ବିଲ ଦେବାକୁ ପଡିବ ନାହିଁ I ସମସ୍ତ ଏସ ଏଚ ଜି ମହିଳାଙ୍କୁ ମାସିକ ଭତ୍ତା ପ୍ରଦାନ, ମିଶନ ଶକ୍ତି ମା ମାନଙ୍କୁ ୬୦ ବର୍ଷ ପରେ ଭତ୍ତା ପ୍ରଦାନ ସହିତ ଚିଲିକା ଅଞ୍ଚଳର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରୁ ବଞ୍ଚିତ ସମସ୍ତ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରାଯିବ ବୋଲି କହିଥିଲେ I ୧୦ ବର୍ଷ ଧରି ଚିଲିକା ପାଇଁ ଅନ୍ୟାୟ ହୋଇଥିବା ସ୍ୱୀକାର କରି ୫ ବର୍ଷ ପୂର୍ବେ ଅନ୍ୟ ଜଣଙ୍କୁ ନିର୍ବାଚିତ କରିଥିଲେ ମଧ୍ୟ୍ୟ ବିକାଶ ଅପହଞ୍ଚ ହୋଇଥିଲା ଏଣୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ଚିଲିକା ର ବିକାଶ କୁ ଡବଲ କରାଯିବ ଚିଲିକା ର ମସ୍ଥ୍ୟ ଜିବି ଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ସହ ମାସିକ ୧୫ ହଜାର ଟଙ୍କା ଭତ୍ତା, ନବୀନ ସରକାର ଙ୍କ ପ୍ରଥମ ଦସ୍ତଖତ ରେ ବିଜୁଳି ବିଲ ଛାଡ଼, ଦ୍ଵିତୀୟ ଦସ୍ତଖତ ରେ ବି ଏସ କେ ୱାଇ ଯୋଜନା ରେ ସମସ୍ତ ବଞ୍ଚିତ ଙ୍କୁ ସାମିଲ, ତୃତୀୟ ଦସ୍ତଖତ ରେ ମିଶନ ଶକ୍ତି ମା ମାନଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇ ରଘୁନାଥ ସାହୁ ଏବଂ ଅରୂପ ପଟ୍ଟନାୟକ ଙ୍କୁ ଯୋଡି ଶଙ୍ଖ ରେ ୩୦ ହଜାର ରୁ ଊର୍ଧ୍ଵ ଭୋଟ ବ୍ୟବଧାନ ରେ ବିଜୟୀ କରାଇ ନବୀନ ବାବୁଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ରେ ଅଳଙ୍କୃତ କରାଇ ଓଡିଶା ର ବିକାଶ ରେ ଭାଗିଦାର ବା ପାଇଁ ନିବେଦନ କରିଥିଲେ ।।

Leave a Reply

Your email address will not be published. Required fields are marked *