ଆଜି ଠାରୁ ବଡକୂଳ ଓଡି ଆର୍ଟ ସେଣ୍ଟର ରେ ରଜ କୁମାରୀ ଉତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶା ର ଅନ୍ୟତମ ମୁଖ୍ୟ ପର୍ବ ରଜ ପର୍ବ ରାଜ୍ୟ ର ପୁର ପଲ୍ଲୀ ରେ ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ପାଳନ କରା ଯାଉଥିବା ବେଳେ ଗାଁ ଠାରୁ ସହର ରେ ରଜ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ଓ ସଜବାଜ । ମୁଖତଃ ଏହା କୁଆଁରୀ ଝିଅ ମାନେ ପାଳନ କରି ରଜ ୩ ଦିନ ଯାକ ନୂତନ ପୋଷାକ ପିନ୍ଧି , ଦୋଳି ଖେଳି, ପିଠା ପଣା ସହ ମଉଜ କରିଥାନ୍ତି । କିନ୍ତୁ ଆଧୁନିକ ସଭ୍ୟତା ର ଚାକ ଚକ୍ୟରେ ରଜ ମଉଜ ଓ ଓଡ଼ିଆ ପିଠା ପଣା ଲୋପ ପାଇବାକୁ ବସିଲାଣି । ଏଣୁ ଏହି ରଜ ପରମ୍ପରା ରେ କୁଆଁରି ଝିଅ ମାନଙ୍କୁ ଉତ୍ସାହିତ କରିବା ପାଇଁ ବାଲୁଗାଁ ବଡକୂଳ ସ୍ଥିତ ଓଡି ଆର୍ଟ ସେଣ୍ଟର ରେ ୧୪, ୧୫, ୧୬ ତାରିଖ ଦିନ ଧୁମଧାମ ରେ ରଜପର୍ବ ପାଳନ କରାଯିବ । ଏହି ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ରେ ଓଡି ଆର୍ଟ ସେଣ୍ଟର ର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାସ, ପରିଚାଳକ ସୌରଭ ପଣ୍ଡା କହିଛନ୍ତି ଯେ କୁମାରୀ ମାନଙ୍କ ପାଇଁ ପ୍ରଥମ ରଜ ଶୁକ୍ରବାର ଦିନ ପାନ ଭଙ୍ଗା, ପାନ ଖିଆ, ପିଠା ଓ ମେହେନ୍ଦି ପ୍ରତିଯୋଗିତା, ଦ୍ଵିତୀୟ ରଜ ଶନିବାର ଦିନ ପୁଚି, ମ୍ୟୁଜିକ ଚେୟାର, ଝୋଟି ପ୍ରତିଯୋଗିତା ଓ ଶେଷ ରଜ ଶନିବାର ଦିନ ଗୀତ, ନୃତ୍ୟ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ହେବ ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ଉପଢୌକନ ଦିଆ ଯିବାର କାର୍ଯ୍ୟକ୍ରମ ରହିଛି ।।

Leave a Reply

Your email address will not be published. Required fields are marked *