ବିଶିଷ୍ଟ ସମାଜସେବୀ ଜଗଦୀଶ ଦାସଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗ୍ରାମର ସମାଜସେବୀ ଜଗଦୀଶ ପ୍ରସାଦ ଦାସ ଙ୍କର ୬୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ୪୨ ମୌଜା ଅଞ୍ଚଳରେ ଶିକ୍ଷାର ପ୍ରଚାର ଓ ପ୍ରସାର ନିମନ୍ତେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । କୁଳସରିଚୁଆଁ ଓ ପରମହଂସ ଠାରେ ଦୁଇଗୋଟି ସେବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରତିଷ୍ଠା କରି ପରିଚାଳନା ସହିତ ନିୟମିତ ରକ୍ତଦାନ କରୁଥିଲେ । ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ସାମାଜିକ କର୍ମରେ ଜଡ଼ିତ ଥିବା ସହିତ ରାଷ୍ଟ୍ରୀୟ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କର ଦୁଇ କନ୍ୟା ରୁପଲ ପ୍ରିୟଦର୍ଶିନୀ, ପିପଲ ପ୍ରିୟଦର୍ଶିନୀ, ପତ୍ନୀ ବିଷ୍ଣୁପ୍ରିୟା ପଟ୍ଟନାୟକ, ଆତ୍ମିୟ ସ୍ୱଜନ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା । ତାଙ୍କର ଆକସ୍ମିକ ବିୟୋଗରେ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ପହଞ୍ଚି ଶୋକ ବ୍ୟକ୍ତ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *