ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର ଥିଲେ ତତକାଳୀନ ସମାଜ ର ଜାଗ୍ରତ ପ୍ରହରୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାହିତ୍ୟ ହିଁ ସମାଜର ଦର୍ପଣ  । ପରାଧୀନ ଉତ୍କଳର ଶୋଷଣ କଷଣ, ଅତ୍ୟାଚାର ଉତ୍ପିଡ଼ନ, କୁସଂସ୍କାର, ଭାଣ୍ଡାମୀ ବିରୁଦ୍ଧରେ କଲମ ଚ଼ାଳନା କରି ନିଜର ସାହିତ୍ୟ ରଚନା ବଳରେ ଯେଉଁ କେତେକ ସାରସ୍ଵତ ପ୍ରତିଭା ସମାଜକୁ ସୁଧାରୀ ଥିଲେ ତନ ମଧ୍ୟରୁ ଗୋଦାବରୀଶ ମହାପାତ୍ର ସର୍ବାଗ୍ରେ ପୂଜିତ । ତାଙ୍କ ଗଳ୍ପ କବିତା ଉପନ୍ୟାସ ନାଟକ ଏବଂ ବ୍ୟଙ୍ଗ ପତ୍ରିକା “ନିଆଁଖୁଣ୍ଟା, ରେ ତାହା ହିଁ ପ୍ରତିଫଳିତ ହୋଇଛି । ଖଲିକୋଟ ରାଜାଙ୍କ ମଟର ଯାନ ଆଗରେ ମାଗୁଣୀ ର ଶଗଡ ଗାଡ଼ି ନିଷ୍ପ୍ରଭ ହୋଇଯାଇଛି। ସମାଜର ଲୋଲୁପ ଦୃଷ୍ଟି ,ଟିକାଟି ପଣୀ, ଛି ଛାକରରୁ ରକ୍ଷା ପାଇବାପାଇଁ ବାଲ୍ୟ ବିଧବା ନୀଳ ମାଷ୍ଟ୍ରାଣୀ ଭଲପାଇ ଅନ୍ୟତ୍ର ବିବାହ କରିଛି ।  ନାରସେନା ନାଇଡୁ ପେଟ ବିକଳରେ ଛତର ରେ ଖାଇ ଜାତି ହରାଇ ଅଜାତିଆ ହୋଇ ସମାଜରୁ ତଡ଼ା ଖାଇବା ପରି ଅନେକ କୁସଂସ୍କାର ଓ ସମସ୍ୟା ବହୁଳ ଗଳ୍ପ ଏବେ ମଧ୍ୟ ସମାଜର ଦିଗବାରେଣୀ ହୋଇ ଏ ଜାତିକୁ ଦିଗ୍ ଦର୍ଶନ ଦେବା ସହିତ “ଉଠକଙ୍କାଳ,’ପରିକାଳଜୟୀ ଦେଶାତ୍ମୋ ବୋଧକ କବି ତାଚିର କାଳ ଓଡ଼ିଆ ଜାତିକୁ ଯାଗ୍ରତ କରୁଥିବ ବୋଲି ଅତିଥିମାନେ ନିଜ ନିଜର ବ୍ୟକ୍ତବ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଚିଲିକା ସାହିତ୍ୟ ସମାଜ ଓ ବାଣପୁର ପଞ୍ଚାୟତ ସମିତିଙ୍କ ମିଳିତ ଆନୁକୂଲ୍ୟରେ ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ଵ ରେ ଏବଂ ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ସେନାପତିଙ୍କ ବେଦ ପାଠରେ ଆୟୋଜିତ ଏହି ସମାରୋହରେ ମାନ୍ୟବର ମନ୍ତ୍ରୀ ଆଇନ୍‌ ପୂର୍ତ୍ତ ଅବକାରୀ ବିଭାଗ ଶ୍ରୀଯୁକ୍ତ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି, ଡ଼ାକ୍ଟର ଉପେନ୍ଦ୍ର ପ୍ରସାଦ ନାୟକ ବିଶିଷ୍ଟ ଅତିଥି, ପ୍ରଫେସର ଆଦିକନ୍ଦ ସାହୁ ମୁଖ୍ୟବକ୍ତା,  ସାହିତ୍ୟି କଶଶି ଭୂଷଣ ରଥ ସମ୍ମାନୀୟ ବକ୍ତା, ବାଣପୁର ମଣ୍ଡଳ ଅଧିକାରିଣୀ ଶ୍ରୀମତୀ ଶୀତଲ ଅଗ୍ରୱାଲ୍ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇ କବି ମହାପାତ୍ରଙ୍କ ବହୁ ମୁଖୀ ପ୍ରତିଭାର କଥା ବର୍ଣ୍ଣନା କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶାଳିଆ ସାଂସ୍କୃତିକ ପରିଷଦର ଚ଼ିରଞ୍ଚି ପରୀଡ଼ା ଓ ସାଥିଙ୍କ ତରଫରୁ ବନ୍ଦେ ଉତ୍କଳ ଜନନୀ ଗାନ କରା ଯାଇଥିଲା ବେଳେ ଜାତୀୟ ଖ୍ୟାତି ସଂପର୍ଣ୍ଣ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା କବିଙ୍କ ରଚନାରୁ ‘ଉଠ କଙ୍କାଳ,ଉଦବୋଧନୀ ସଂଗୀତ ଗାନ କରି ସମାରୋହକୁ ଚମକ୍ତୃତ କରିଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅତିଥି ବର୍ଗ ଓ ବର୍ଣ୍ଣଳୀ ଙ୍କୁ ଉପ଼ଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ | ସାହିତ୍ୟ ଏକା ଡ଼େମୀର ସହ ସଚୀବ ଶ୍ରୀଯୁକ୍ତ ସଂଜୟ ଛୁଆଳସିଂ ସ୍ଵାଗତ ଭାଷଣ ଦେଇଥିବାବେଳେ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *