ଖୋର୍ଦ୍ଧା ମାଟିକୁ ପାଇକ ଙ୍କ ଅବଦାନ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ ବାଘମାରୀ ପଂଚାୟତ ଅନ୍ତର୍ଗତ ଏକାଦଶ ରୁଦ୍ର ତଥା ବାବା ହଟ୍ଟକେଶ୍ୱର ମନ୍ଦିରର ଭକ୍ତ ନିବାସ ପରିସରରେ ଖଣ୍ଡାୟତ କ୍ଷତ୍ରିୟ କଳ୍କୀ ସେନା ସହଯୋଗରେ “ଖୋର୍ଦ୍ଧା ମାଟିକୁ ପାଇକ ମାନଙ୍କ ଅବଦାନ”ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍କଳ ବିଶ୍ଵ ବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ ପାରେଶ୍ୱର ସାହୁଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ଜମ୍ବେଶ୍ଵର ମଙ୍ଗରାଜଙ୍କ ସଂଯୋଜନାରେ ଐତିହାସିକ ମନୋରଞ୍ଜନ ମହାନ୍ତି, କୃପାସିନ୍ଧୁ ବିଶ୍ଵାଳ ମୁଖ୍ୟବକ୍ତା, ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ସତ୍ୟବାନ ଶ୍ରୀଚନ୍ଦନ, ଅବସରପ୍ରାପ୍ତ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି, ଅବସର ପ୍ରାପ୍ତ ହୋମିଓପାଥି ଚିକିତ୍ସକ ଡ଼ଃ ଅମରେନ୍ଦ୍ର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାଇକ ମାନଙ୍କ ଅବଦାନ ଚିରକାଳ ସ୍ମରଣୀୟ ହୋଇ ରହିବ ବୋଲି ମତ ପ୍ରକାଶ କରିଥିଲେ । ସଭାର ପ୍ରାରମ୍ଭରେ ଲେଖକ ସତ୍ୟ ରଞ୍ଜନ ମିଶ୍ରଙ୍କ ଲିଖିତ “ଇତିହାସ ପୃଷ୍ଠାରେ ଦଳ ବେହେରା ବଂଶାବଳୀ” ଓ “ଓଡ଼ିଆ ସାହିତ୍ୟରେ ବୈଷ୍ଣବ ନାରୀ କବି ମାଧବୀ ଦାସୀ” ନାମକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ପରେ ନବ କିଶୋର ବିଧାର ପାଇକଙ୍କ ସ୍ମୃତି ଉଦ୍ଦେଶ୍ୟରେ କବିତା ପାଠ କରିଥିବା ବେଳେ ଖଣ୍ଡାୟତ କ୍ଷତ୍ରିୟ କଳ୍କୀ ସେନା ସଭାପତି ଯୋଗିନାଥ ବଳିୟାରସିଂହ, ଅଜୟ କୁମାର ପାତ୍ର ଓ ଅଟ୍ରୀ ଗଡ଼ ଦଳବେହେରା ରବୀନ୍ଦ୍ର କୁମାର ରାୟ ପ୍ରିତମଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ବିରାଟ ବଳିୟାର ସିଂହ ଓ କୈଳାସ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ । ଶେଷରେ ସହ ସମ୍ପାଦକ ଶ୍ରୀ ନିବାସ ରଣସିଂହ ଧନ୍ୟବାଦ ଅର୍ପଣ କରିଥିଲେ ଏଥିସହିତ ଚିତାକର୍ଷକ ପାଇକ ଆଖଡ଼ା ଖେଳ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା l

Leave a Reply

Your email address will not be published. Required fields are marked *