ଦୀର୍ଘ ଦିନ ପରେ ଗୁପ୍ତେଶ୍ଵର ମହାଦେବ ଙ୍କ ର ଖୋଲିଲା ହୁଣ୍ଡିବାକ୍ସ !!!

0
135

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରର ବହୁ ପୁରାତନ ଶୈବ ପୀଠ ଗୁପ୍ତେଶ୍ଵର ମହାଦେବ ମନ୍ଦିର l ଉକ୍ତ ମନ୍ଦିରର ପରିଚାଳନା କୁ ନେଇ ସେବାୟତ ଓ ପରିଚାଳନା କମିଟି ମଧ୍ୟ୍ୟରେ ଦୀର୍ଘ ଦିନଧରି ଵାଦାନୁ ବାଦ ଲାଗିରହିଥିଲା l ଏପରି ସ୍ଥଳେ ଆଜି ମଧ୍ୟାହ୍ନରେ ଖୋଲା ଯାଇଛି ଗୁପ୍ତେଶ୍ୱର ମହାଦେବଙ୍କ ହୁଣ୍ଡି ବାକ୍ସ l ଉକ୍ତ ହୁଣ୍ଡିବାକ୍ସ ଖୋଲାଯିବା ବେଳେ l ମନ୍ଦିରର ଦାୟିତ୍ୱରେ ଥିବା ବାଣପୁର ତହସିଲଦାର ଟି.ପଦ୍ମନାଭ ଦୋରା, ହେଡିଟିଡ଼ ଟ୍ରଷ୍ଟି ବ୍ରଜକିଶ୍ୱର ଭୋପା, କମିଟି ମେମ୍ବର ସୁଶାନ୍ତ ସାହୁ, ଦୁଃଖିଶ୍ୟାମ ପରିଡା ସମେତ ପୋଲିସ , ମନ୍ଦିର ସେବାୟତ ଓ ଗ୍ରାମର କିଛି ବ୍ୟକ୍ତି l ତେବେ mandirar ଉର୍ନତି ନିମନ୍ତେ ଶ୍ରଦ୍ଧାଳୁ ମାନେ ଦାନ କରିଥିବା ଅର୍ଥ ରାଶିର ପରିମାଣ ଥିଲା 34,360.00 ଟଙ୍କା ( ଚଉତିରିଷି ହଜାର ତିନିଶହ ଷାଠିଏ ଟଙ୍କା ) ସମେତ ରୁପାର ନାଗ, ରୁପାର ଚିତା ଓ ରୁପାର କୈନ ବାହାରିଥିବା ଦେଖିବାକୁ ମିଳିଛି l ପୁରୁଣା ହୁଣ୍ଡିବାକ୍ସ ଟି ସୁରକ୍ଷିତ ନଥିବାରୁ ତାହାକୁ ପରିବର୍ତନ କରାଯାଇ ତାହାରି ସ୍ଥାନରେ ଆଉ ଏକ ନୂତନହୁଣ୍ଡିବାକ୍ସ ସ୍ଥାପନ କରାଗଲା l

LEAVE A REPLY

Please enter your comment!
Please enter your name here