ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଓଡିଶା ନଲେଜ କର୍ପୋରେସନ୍ ଲିମିଟେଡ଼ ପକ୍ଷରୁ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏକ ନଲେଜ ସେଣ୍ଟର ଖୋଲିବା ପାଇଁ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ଏଠାରେ ଛାତ୍ର ଛାତ୍ରୀ ମାନଙ୍କୁ କୌଶଳ ବିକାଶ ପାଠ୍ୟକ୍ରମ ଯୋଗାଇ ଦେବା ସହିତ ଆତ୍ମ ନିର୍ଭରଶୀଳ ଏବଂ ସରକାରୀ ତଥା ବେସରକାରୀ କର୍ମ ନିଯୁକ୍ତି ପାଇଁ ଓଡିଶା ସରକାରଙ୍କ ଦ୍ୱାରା ବାଧ୍ୟତାମୂଳକ କରାଯାଇଥିବା ଅନେକ ୟୁନିଭର୍ସିଟି ସାର୍ଟିଫିକେଟ କୋର୍ସ ପ୍ରଦାନ କରାଯିବ । ଏହି ପାଠ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ଆତ୍ମ ନିର୍ଭରଶୀଳ ହେବା ସହିତ ସରକାରୀ ଏବଂ ବେସରକାରୀ ସଂସ୍ଥା ମାନଙ୍କରେ ନିଯୁକ୍ତି ପାଇ ପାରିବେ ବୋଲି ଓକେସିଏଲ୍ ର ଜିଲ୍ଲା ସଂଯୋଜକ ସୁର୍ଯ୍ୟ ନାରାୟଣ ରାଉତ ପ୍ରକାଶ କରିଛନ୍ତି । ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ନିରଞ୍ଜନ ମହାନ୍ତି ଆଜି ଏପରି ଏକ ସଂସ୍ଥା କଲେଜ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଥିବା ରୁ ଓକେସିଏଲ୍ ଏବଂ ସ୍ଥାନୀୟ ALC ଦେବୀଦତ୍ତ ବିଭୁତିରାୟ ଙ୍କୁ ଧନ୍ୟବାଦ ଦେଇଛନ୍ତି । ପିଲାମାନେ ଏହି ପାଠ୍ୟକ୍ରମ ରେ ନିଜକୁ ସାମିଲ ହେବାପାଇଁ ଆହ୍ୱାନ ଦେଇଛନ୍ତି ।