ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଜଳଛତ୍ର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଚିଲିକା କୂଳରେ ଆଜି ଜଳଛତ୍ର କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି l ଚଳିତବର୍ଷ ରାଜ୍ୟରେ ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ଓ ବିଶେଷ ଭାବେ ଚିଲିକା କୂଳରେ ପାନୀୟ ଜଳର ଆବଶ୍ୟକତା ଅନୁଭବ କରି ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ନେତୃତ୍ୱରେ ଦହିପଣାର ଶୁଭାରମ୍ଭ ଅଧ୍ୟକ୍ଷ ଡଃ ଲଷ୍ମୀ ଧର ସୁବୁଦ୍ଧି ଙ୍କ ଦ୍ୱାରା ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀଙ୍କ ସହ ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, କୀର୍ତ୍ତିମୟୀ ବାରିକ, ପ୍ରିୟମ୍ବଦା ମହାପାତ୍ର ଉପସ୍ଥିତ ରହି ପର୍ଯ୍ୟଟକ ଓ ପଥଚାରୀ ମାନଙ୍କୁ ପାନୀୟ ଜଳ ବିତରଣ କରିଥିଲେ l ସ୍ବେଛାସେବୀ ପ୍ରଜ୍ଞାସ୍ମିତା ସାହୁ, ନୀଳକଣ୍ଠ ଦାସ, ରୁପାଲୀ ବିଶ୍ୱାଳ, ରବିନା ଦାସ, ସାଇନ ସୁବୁଦ୍ଧି ପ୍ରମୁଖ ଙ୍କ ସଂଯୋଜନାରେ ଆୟୋଜିତ ଏହି ଜଳଛତ୍ର କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର ସନ୍ତୋଷ କୁମାର ରଥ, ପ୍ରବୀଣ କୁମାର ଜେନା, ଝରଣା ନାଥ, ଶୁଭଦର୍ଶିନୀ ବିଶ୍ୱାଳ, ଶୁଚିସ୍ମିତା ମହାପାତ୍ର, ସୁଧାକର ନାୟକ, କ୍ଷୀରୋଦ ନାଥ ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ବେଛାସେବୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଉତ୍ସାହିତ କରିଥିଲେ l

Leave a Reply

Your email address will not be published. Required fields are marked *