ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼, ଜିଲ୍ଲା ଆଇନ ସେବା ପ୍ରାଧୂକରଣ ସଚିବ, ଅଞ୍ଜଳି ମଚ୍ଚଖଣ୍ଡଙ୍କ ନିର୍ଦ୍ଦେଶରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର
ବେହେରା ନୟାଗଡ଼ ମୂଖ୍ୟ ଚିକିତ୍ସାଳୟ ର ରକ୍ତଭଣ୍ଡାର ପାର୍ଶ୍ବ ରୁ ଅସହାୟ ଅବସ୍ଥାରେ ନୂଆଗାଁ ବ୍ଲକ ର ୧୭ ବର୍ଷର ନାବାଳିକା ଙ୍କୁ ଉଦ୍ଧାର କରି ଘଡୁଆଳରେ ଅବସ୍ଥିତ ‘ତପସ୍ୟା’ ଶିଶୁ ଗୃହ ରେ ଥଇଥାନ କରିଛନ୍ତି । ପ୍ରକାଶ ଥାଉ କି କୌଣସି ସୂତ୍ରରୁ ସଚିବ ଅସହାୟ ଅବସ୍ଥାରେ ଗୋଟିଏ ୧୭ ବର୍ଷର ଝିଅ ବାପା ଙ୍କର ନିର୍ଯାତନା ସହି ନପାରି ଘର ଛାଡ଼ି ଇତସ୍ତତଃ ଭାବରେ ମେଡିକାଲ ପାର୍ଶ୍ବ ରେ ବୁଲୁଛି ବୋଲି ଖବର ପାଇଲା ମାତ୍ରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଦାୟିତ୍ଵ ଦେଇଥିଲେ। ଏହାପରେ ଥଇଥାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଚିବ ଙ୍କ ନିର୍ଦ୍ଦେଶ ପାଇ ଆଇନସେବା ପ୍ରାଧିକରଣ କର୍ମଚାରୀ ଗଦାଧର ବିଶ୍ବାଳ ଏବଂ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ସେ ନାବାଳିକା କୁ ମୂଖ୍ୟ ଚିକିତ୍ସାଳୟ ର ବହିଃ ବିଭାଗ ରେ କାର୍ଯ୍ୟରତ ଡ଼ା ମୋନାଲିସା ସ୍ବାଇଁ ଙ୍କୁ ଦେଖାଇ ପ୍ରାରମ୍ଭିକ ଚିକିତ୍ସା କରି ଜିଲ୍ଲା ଶିଶୁ ମଙ୍ଗଳ ସହ ଯୋଗାଯୋଗ କରି ଘଡୁଆଳରେ ଅବସ୍ଥିତ ‘ତପସ୍ୟା’ ଶିଶୁ ଗୃହ ର କର୍ମଚାରୀ ଅଜୟ ବେହେରା ଏବଂ ସୁନିତା ସ୍ବାଇଁ ଙ୍କ ସହଯୋଗ ରେ ଥଇଥାନ କରିବାରେ ସଫଳ ହୋଇଥିଲେ । ଅଧିକାର ମିତ୍ର ଓ ସଚିବ ଙ୍କ ତ୍ବରିତ ପଦକ୍ଷେପ ପାଇଁ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ଅସହାୟ ଅବସ୍ଥାରେ ନାବାଳିକା ଉଦ୍ଧାର !!!

