ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁମଧୁର କଣ୍ଠଶିଳ୍ପୀ ତଥା ଇଣ୍ଡିଆନ ଆଇଡଲର ଶ୍ରେଷ୍ଠ ୫୦ଜଣ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ସ୍ଥାନ ପାଇଥିବା ସୁକିନ୍ଦାର ଶ୍ରୁତି ଶୌଜନ୍ୟା ପୁହାଣ ଅତି କମ୍ ବୟସରୁ ନିଜପାଇଁ, ନିଜ ଅଞ୍ଚଳ ଓ ରାଜ୍ୟପାଇଁ ଗୌରବ ଅର୍ଜନ କରିଛନ୍ତି । ସୁକିନ୍ଦା ବ୍ଲକ ଅନ୍ତର୍ଗତ ଆମ୍ପୋଳବା ପଂଚାୟତ ଅଧୀନ ଜାମୂପଶି ଗ୍ରାମ ସନ୍ତୋଷ କୁମାର ପୁହାଣ ଓ ସସ୍ମିତା ମଞ୍ଜରୀ ନାୟକଙ୍କ ଝିଅ ଶ୍ରୁତି ଶୌଜନ୍ୟା ଭଦ୍ରକ ଡିଏଭି ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି । ବାପା ସନ୍ତୋଷ ଜଣେ ବ୍ୟବସାୟୀ ଓ ମା ସସ୍ମିତା ଜଣେ ଶିକ୍ଷୟତ୍ରୀ । ଶ୍ରୁତି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରେ ସିଦ୍ଧାର୍ଥ ଟିଭିର ସିଜିନ ୧ରେ “ମୁଁ ବି ନମିତା ଅଗ୍ରୱାଲ ହେବି”ର ସେମିଫାଇନାଲ ରାଉଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିବା, ପରେ ଭଜନ ପଦ୍ୟାନ୍ତରିରେ ୧୦ଟି ଏପିସୋଡରେ ଭଜନ ଗାଇ ବେଶ୍ ସୁନାମ ଅର୍ଜନ କରିଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର କାଇଁଚମାଳିର ଟାଇଟେଲ ସଂଗୀତ ଗାଇ ସାରା ରାଜ୍ୟରେ ସମସ୍ତଙ୍କ ଦୃଷ୍ଟୀ ଆକର୍ଷଣ କରିଥିଲେ । ଏବେ ଇଣ୍ଡିଆନ ଆଇଡଲର ଓଡ଼ିଶାରେ ତୃତୀୟ ରାଉଣ୍ଡ ଅତିକ୍ରମ କରି ଶ୍ରେଷ୍ଠ ୫୦ ପ୍ରତିଦ୍ବନ୍ଦୀଙ୍କ ଭିତରେ ସ୍ଥାନ ଅର୍ଜନ କରି ଆସନ୍ତା ମାସରେ ମୁମ୍ବାଇରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମାତ୍ର ୧୫ବର୍ଷ ବୟସରେ ଏହି ଉଚ୍ଚ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରେ ଶ୍ରୁତି ସର୍ବ କନିଷ୍ଠ ପ୍ରତିଦ୍ବନ୍ଦୀ ହୋଇଥିବା ଜଣାପଡିଛି।
ଇଣ୍ଡିଆନ ଆଇଡଲର ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରେ ସୁକିନ୍ଦାର ସୃତି ସୌଜନ୍ୟା !!!

