ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଗାଁ ପ୍ରବେଶ ପଥରେ ବର୍ଷସାରା ପାଣି କାଦୁଅ | ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମର ପ୍ରବେଶ ପଥଟି ବହୁ ଆସ୍ୱାସ୍ଥ୍ୟକର ପରିବେଶ ଭିତରେ ରହିଛି | ଏଥିପ୍ରତି କାହାର ସୁଦୃଷ୍ଟି ନାହିଁ | ପ୍ରତିଦିନ ଶହ ଶହ ସଂଖ୍ୟାରେ ଗାଁ ଭିତରକୁ ଗାଡି ଯାତାୟାତ ହେଉଛି |ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟକୁ ପିଲାମାନେ ଯିବା ଆସିବା କରିଥାନ୍ତି. | ପ୍ରବେଶ ପଥରେ ନିର୍ମିତ ତୋରାଣିଟି ଅଧା କାମରେ ରହିଛି |ତୋରଣ ପାଖକୁ ଲାଗି ଥିବା ପୁରାତନ ନଳକୂପର ପାଣି ପ୍ରତଦିନ ବିପିନ ସାରଙ୍କ ଘରଠାରୁ ଦୁଲଣାପୁର ଗ୍ରାମ ପଂଚାୟତ ପର୍ଯ୍ୟନ୍ତ ରାସ୍ତାସାରା ବୋହିଥାଏ | ପୂର୍ବରୁ ଥିବା ଡ୍ରେନଟି ଜୋର ଜବରଦସ୍ତ ସେଠି ରହୁଥିବା ଲୋକମାନେ ନିଜର ଘରର ପରିସୀମାକୁ ବଢ଼ାଇ ପୋତି ଦେଇଛନ୍ତି | ସାଧାରଣ ଲୋକଙ୍କ ଠାରୁ ପଂଚାୟତକୁ ଆସୁଥିବା ଅରପୁର, ହାମିରା, ବାରବାଟୀ, ଇନ୍ଦିରାଆବାସର ଲୋକମାନେ ବାଧ୍ୟବାଧକତାରେ ନାକ ଟେକି ରାସ୍ତା ଅତିକ୍ରମ କରୁଛନ୍ତି | ଏ ସମ୍ପର୍କରେ ଦୁଲଣା ପୁର ସରପଞ୍ଚ ମହାଶୟାଙ୍କୁ ପଚାରିବାରେ ଉତ୍ତର ଦେଇଥିଲେ -ଏହା ବହୁ ବର୍ଷ ହେବ ଏମିତି ରାସ୍ତା କାଦୁଅ ରହୁଛି | କିଛି ମୁଷ୍ଟିମେୟ ଲୋକଙ୍କ ପାଇଁ ଏହାର ସ୍ଥାୟୀ ସମାଧାନ ହେଇପାରୁନାହିଁ | କିନ୍ତୁ ଆଗାମୀ କାର୍ଯ୍ୟବର୍ଷ ରେ ଏହାର ଗୋଟେ ପ୍ରୋଜେକ୍ଟ କରି ନଳକୂପ ପାଣି ଡ୍ରେନେଜ କରି ପୋଖରୀକୁ ଛଡାଯିବ | ତେଣୁ ଦେଖାଯାଉ ଏହି ଅସୁବିଧାର ସମାଧାନ ଡମପଡା ବ୍ଲକ ପ୍ରଶାସନର କେବେ ଦୃଷ୍ଟିରେ ପଡି ସମାଧାନ ହେଉଅଛି |
ବର୍ଷ ସାରା ଦୁଲଣାପୁର ଗାଁ ରାସ୍ତା କାଦୁଅ : ସ୍ଥାୟୀ ସମାଧାନ କିଛି ନାହିଁ !!!

