କୃଷିକ୍ଷେତ୍ର ରେ ଜୈବିକ ସାରର ବ୍ୟବହାରକୁ ଗୁରୁତ୍ୱ !!!

Spread the love

ବିଂଝାରପୁର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ମଲ୍ଲିକ : କୃଷିକ୍ଷେତ୍ରରେ ଅଧିକ ଅମଳ ଓ ଜମିର ଉର୍ବରତା ବଜାୟ ରଖିବା ପାଇଁ କୃଷିକ୍ଷେତ୍ର ରେ ଜୈବିକ ସାରର ବ୍ୟବହାରକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଯୋଜନା ମିଳିତ କାର୍ଯ୍ୟକ୍ରମ ମାନ ଜାରି ରହିଛି l ଏହି କ୍ରମରେ ଆଜି ଯାଜପୁର ଜିଲ୍ଲା ସଦର ମହକୁମା ସ୍ଥିତ ମିଶନ ଶକ୍ତି ସଭାଗୃହ ଠାରେ କୃପାଳୁ ଅର୍ଗାନିକ୍ସ ଓ ଜିଲ୍ଲା ସମବାୟ ବିଭାଗର ମିଳିତ ଆୟୋଜନରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି l ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ସମବାୟ ସମିତିର କର୍ମକର୍ତା ଓ ଚାଷୀ ମାନେ ଯୋଗ ଦେଇଥିଲେ ଓ ସମବାୟ ବିଭାଗର ଅଧିକାରୀ ଏବଂ କୃପାଳୁ ଅର୍ଗାନିକ୍ସ ର କର୍ମକର୍ତା ମାନେ କୃଷିକ୍ଷେତ୍ରରେ ଜୈବିକ ସାର ର ଆବଶ୍ୟକତା ଓ ଉପାଦେୟତା ଉପରେ ଆଲୋଚନା କରିଥିଲେ l

 

Leave a Reply

Your email address will not be published. Required fields are marked *