କୃଷି ଅଧିକାରୀ ଅଫିସର ଗେଷ୍ଟ ରୁମରେ ରହୁଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ରହିଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଫିସର ଉପର ମହଲାରେ ଥିବା ଗେଷ୍ଟ ରୁମରେ ରହୁଥିବାର ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ପ୍ରକାଶ ରାଓ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଥିଲେ , କିଛି ମାସ ହେଲା ଗଜପତି ଜିଲ୍ଲାକୁ ବଦଳି ହୋଇ ଆସିଛନ୍ତି । ସେ ଅନ୍ୟ କୌଣସି ସ୍ଥାନରେ ନ ରହି ଅଫିସର ଉପର ମହଲାରେ ଥିବା ଗେଷ୍ଟ ରୁମରେ ରହୁଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ସେ ଅନ୍ୟ କୌଣସି ସ୍ଥାନରେ ଘର ନେଇ ରହିବେ ଓ ସରକାରଙ୍କ ନିୟମ ପାଳନ ହେବ । ଏହାର ଯାଞ୍ଚ ହେବ ଆବଶ୍ୟକତା ରହିଛି । ଯଦି ସରକାର ଘର ଭଡ଼ା ଦେଉଛନ୍ତି , ତେବେ ଗେଷ୍ଟ ରୁମ୍ ରେ ରହିବା କେତେ ଯୁକ୍ତି ଯୁକ୍ତ ଯାଞ୍ଚ କରିବା ଆବଶ୍ୟକତା ରହିଛି । ଜିଲ୍ଲାରେ ଏହିଭଳି ଅନ୍ୟ ଅଧିକାରୀ ମଧ୍ୟ ଅଫିସରେ ରହୁଛନ୍ତି । ଏପରିକି କର୍ମଚାରି ଦ୍ଵାରା ରୋଷେଇ କରି ଖାଉଥିବାର ଦେଖିବାକୁ ମିଳିଛି ।ସରକାର ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ !

Leave a Reply

Your email address will not be published. Required fields are marked *