କର୍ମଚାରୀ ହେଉନାହାନ୍ତି ବଦଳି : ଜିଲ୍ଲାରେ ବିକାଶ ହେବ କିପରି ???

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କର୍ମଚାରୀ ବଦଳି ହେଉନାହାନ୍ତି । ଜିଲ୍ଲାରେ ବିକାଶ ହେବ କିପରି , ସରକାର ଜିଲ୍ଲା ପ୍ରଶାସନ ଅବଗତ ଥାଇ ସୁଦ୍ଧା ପଦକ୍ଷେପ ଶୂନ । ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଅଟେ । ଜିଲ୍ଲା ର ବିକାଶ ସକାଶେ ସରକାରଙ୍କର କୋଟି କୋଟି ଖର୍ଚ୍ଚ କରାଯାଉଛି । କିନ୍ତୁ ସରକାର ହଉ ଜିଲ୍ଲା ପ୍ରଶାସନ ଦୀର୍ଘ ଦିନ ବିଭିନ୍ନ ବିଭାଗ ରେ କାର୍ଯ୍ୟରତ କର୍ମଚାରୀଙ୍କ ଅନ୍ୟତ୍ର ବଦଳି କରାଯାଉ ନାହିଁ । ଯାହା ଫଳ ରେ ଜିଲ୍ଲାରେ ବିକାଶ ହେଉନାହିଁ ଓ ସ୍ୱଚ୍ଛତା ଉପରେ ପ୍ରଶ୍ନଵ।ଚି ସୃଷ୍ଟି କରିଛି । ସେହିଭଳି ବିଭିନ୍ନ ବିଭାଗ ରେ ଅଧିକାରୀ ନଥିବା ସହ କର୍ମଚାରି ଅଭାବ ଯୋଗୁଁ ଜିଲ୍ଲାରେ ବିକାଶ କାର୍ଯ୍ୟ ମାନ୍ଦା ହୋଇଯାଇଛି ! ଲୋକଙ୍କ ସରକାର ରେ ଏହି ଭଳି ପରିସ୍ଥିତି ହୁଏ ଲୋକେ ଗୁହାରି କାହାକୁ କରିବେ ବୋଲି ଜନସାଧାରଣ ମନରେ ପ୍ରଶ୍ନ ଵ।ଚି ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *