ଏସ.ବି.ଆଇ ନୟାଗଡ଼ ବଜାର ଶାଖା କେଉଁଠି , ନୟାଗଡ଼ ମେଡିକାଲ ସାମ୍ନାରେ ନା ତ୍ରିନାଥ ଛକରେ ???

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଏସ.ବି.ଆଇ ନୟାଗଡ଼ ବଜାର ଶାଖା କେଉଁଠି , ନୟାଗଡ଼ ମେଡିକାଲ ସାମ୍ନାରେ ନା ତ୍ରିନାଥ ଛକରେ ? ବର୍ତ୍ତମାନ ଭାରତୀୟ ଷ୍ଟେଟ ବ୍ୟାଙ୍କ ବଜାର ଶାଖା ନୟାଗଡ଼ ମେଡିକାଲ ସାମନା ରେ ଅତି ଜରାଜୀର୍ଣ୍ଣ ରୁଗ୍ଣ ଅବସ୍ଥାରେ ଏକ ଘରୋଇ ବିଲଡିଂ ରେ ଚାଲୁଅଛି, ଏହା ଉଭୟ ଗ୍ରାହକ ଓ ବ୍ୟାଙ୍କ୍ ର କର୍ମଚାରି ମାନଙ୍କ ପାଇଁ ବିପଦଜ୍ଜନକ ହୋଇଛି , କାରଣ କେତେବେଳେ କାନ୍ଥ ଭୁଶୁଡ଼ି ପଡିବ ତାହା କେବଳ ଭଗବାନ ଙ୍କୁ ଜଣା l ମୁଖ୍ୟତଃ ତ୍ରିନାଥ ଛକ ରେ ଏକ ବହୁଚଳ ବିଲଡିଂ ରେ ଏହାର ନୂତନ କାର୍ଯ୍ୟଳୟ ଖୋଲିବା ପାଇଁ ବହୁଦିନରୁ ସାଇନ୍ ବୋର୍ଡ ଲଗା ଯାଇଥିଲେ ମଧ୍ୟ ବ୍ୟାଙ୍କର ନୂତନ ବିଲଡିଂ ସ୍ଥାନାନ୍ତରିତ ହୋଇ ପାରୁନାହିଁ l ଏହି ବିଷୟରେ ବ୍ୟାଙ୍କ କର୍ତ୍ତୁପକ୍ଷ ଙ୍କୁ ପଚାରିବାରେ ଜଣାପଡ଼ିଲା ଯେ ବିଦ୍ୟୁତ୍ ବିଭାଗ ର ସମସ୍ତ ଅଗ୍ରୀମ ଦେୟ ଜମା କରିବା ସତ୍ତ୍ୱେ ମଧ୍ୟ TPCODL କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ କରୁନାହାନ୍ତି ! ପ୍ରବଳ ଗ୍ରୀଷ୍ମ ତାପରେ ଗ୍ରାହକ ମାନେ ତ୍ରିନାଥ ଛାକରୁ ବହୁ କଷ୍ଟ କରି ନିରାଶ ହୋଇ ଫେରି ଯାଉଛନ୍ତି ! କାରଣ ପ୍ରକୃତ ବ୍ୟାଙ୍କ୍ ଶାଖା କେଉଁଠି ଅଛି ସେମାନେ ଜାଣି ପାରୁନାହାନ୍ତି l ଏଥିରୁ ପ୍ରଶ୍ନଉଠେ ଯଦି ପୁରୁଣା ବିଲଡିଂ ର ଛାତ ଓ କାନ୍ଥ ଭୁଶୁଡ଼ି ଯାଏ ଏବଂ ଏଥିରେ ଗ୍ରାହକ ଓ କର୍ମଚାରୀ ଙ୍କ ଜୀବନ ଚାଲିଯାଏ ତେବେ TPCODL କର୍ତ୍ତୃପକ୍ଷ କଣ ଦାୟୀ ରହିବେ କି ? ଏଣୁ ନୟାଗଡ଼ ସହର ର ଜନସାଧାରଣ ଙ୍କର ବୃହତ୍ତର ସ୍ଵାର୍ଥ କୁ ଦୃଷ୍ଟିରେ ରଖି TPCODL କର୍ତ୍ତୃପକ୍ଷ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ନୟାଗଡ଼ ନଗର ବାସିନ୍ଦା ଦାବି କରିଛିନ୍ତି l

Leave a Reply

Your email address will not be published. Required fields are marked *