କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପଙ୍କଜ ଡ୍ୟାନ୍ସ ଗ୍ରୁପ ର ଗ୍ରୀଷ୍ମ କାଳୀନ ଶିବିର ଅନୁଷ୍ଠିତ l କୋରାପୁଟ ଜିଲ୍ଲା ର ଉଦୀୟମାନ କଳାକାର ତଥା ବଲିଉଡ଼ ରେ କାଯ୍ୟ କରିଥିବା ପଙ୍କଜ ବାଘ ଡ୍ୟାନ୍ସ ପ୍ରଶିକ୍ଷଣ ମlଧ୍ୟ୍ୟମରେ କୁନି କୁନି ପିଲାଙ୍କୁ ନେଇ ଏକମାସ ଧରି ଗ୍ରୀଷ୍ମ କାଳୀନ ଶିବିର ଆୟୋଜନ କରିଥିଲେ ! ଆଜି ତାର ଉଦଯାପନୀ କାଯ୍ୟକ୍ରମ ରେ ଵଲିଉଡ଼ ହିରୋଇନ ଦୀପିକା ସୋନି ମୂଖ୍ୟ ଅତିଥି ଭାବେ ଯୋଗଦେଇ କାଯ୍ୟକ୍ରମ କୁ ଉଦଘାଟନ କରିବା ସହ ପଙ୍କଜ ଡ୍ୟାନ୍ସ ଗ୍ରୁପ କୁ ଉଚ୍ଚ ପ୍ରଶଂସା କରିଥିଲେ ! ଏ ଉପଲକ୍ଷେ କୋରାପୁଟ ସହର ର କୁନି କୁନି ପିଲାଙ୍କ ସମେତ ରେନବୋ ପ୍ଲେ ସ୍କୁଲ ର ପିଲାଙ୍କ ଲୁଙ୍ଗି ଡ୍ୟାନ୍ସ ଉପସ୍ଥିତ ଦର୍ଶକ ଙ୍କ ମନ ମୋହିଥିଲା ! ଏହି କାଯ୍ୟକ୍ରମ ରେ ଅନ୍ୟ ନିମନ୍ତ୍ରିତ ଅତିଥି ଙ୍କ ସମେତ ପିଲାଙ୍କ ଅଭିଭାବକ ଉପସ୍ଥିତ ଥିଲେ l ସବୁଠୁ ବଡ଼ କଥା ହେଲା କୋରାପୁଟ ଜିଲ୍ଲା ରେ ଏହି ପରି କାଯ୍ୟକ୍ରମ ଆୟୋଜନ କରିବା ପୁଣି ମୁମ୍ବାଇ ହିରୋଇନ ଙ୍କୁ କାଯ୍ୟକ୍ରମ କୁ ନିମନ୍ତ୍ରଣ କରିବା ପ୍ରଥମ ଅଟେ l ପଙ୍କଜ ଓ ତାଙ୍କ ଟିମ ଙ୍କ ଏହିପରି କାଯ୍ୟକ୍ରମ କୁ ସାଧାରଣ ରେ ଉଚ୍ଚ ପ୍ରଶଂସା କରାଯାଉଛି l
ପଙ୍କଜ ଡ୍ୟାନ୍ସ ଗ୍ରୁପ ର ଗ୍ରୀଷ୍ମ କାଳୀନ ଶିବିର ଅନୁଷ୍ଠିତ !!!

