ଗର୍ଜିଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ : ସ୍ଲେଜିଙ୍ଗର କଡା ଜବାବ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗର୍ଜିଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ , ସ୍ଲେଜିଙ୍ଗର ଦେଲେ କଡା ଜବାବ ! ସ୍ଲେଜିଙ୍ଗର କଡା ଜବାବ ଦେଇଛନ୍ତି , ଆଉ ଦେଖାଇ ଦେଇଛନ୍ତି କାହିଁକି ତାଙ୍କୁ କୁହନ୍ତି Young Fire Power ! ଆଜି ରବିବାର ଶ୍ରୀଲଙ୍କାର ଦାମ୍ବୁଲା ଠାରେ ଖେଳା ଯାଇଥିବା ତ୍ରିରାଷ୍ଟ୍ରୀୟ ସିରିଜ୍ ଫାଇନାଲରେ ଭାରତର ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ନିଜ ବିସ୍ଫୋରକ ବ୍ୟାଟିଂର ଯାଦୁ ଦେଖାଇଛନ୍ତି । ଶ୍ରୀଲଙ୍କା ‘ଏ’ ବୋଲିଂ ଲାଇନ୍‌ଅପ୍‌କୁ ସମ୍ପୂର୍ଣ୍ଣ ରୂପେ ଧୂଳିସାତ୍ କରି ସେ ମାତ୍ର ୨୯ ବଲ୍‌ରୁ ୯୪ ରନ୍‌ର ଏକ ବିଶାଳ ଇନିଂସ ଖେଳିଛନ୍ତି । ନିକଟରେ ଲିଗ୍ ମ୍ୟାଚ୍ ବେଳେ ଶ୍ରୀଲଙ୍କା ଖେଳାଳି ମାନେ ତାଙ୍କୁ ସ୍ଲେଜିଂ କରିଥିଲେ, ତାହା ପାରେ ବୈଭବ ନିଜର ରାଗ ଅଟକାଇ ପାରି ନଥିଲେ ! ହୋଇଥିଲା ବଡ ବିବାଦ , ଯାହା ପାଇଁ ତାଙ୍କୁ ସିରିଜରେ ଭାଗ ନ ନେବାକୁ ମଧ୍ୟ ଦାବି କରାଯାଇଥିଲା ! କିନ୍ତୁ ବୈଭବ ମୁହଁରେ ନୁହେଁ ବରଂ ନିଜ ବ୍ୟାଟ୍ ମାଧ୍ୟମରେ ଏହାର କଡ଼ା ଜବାବ ଦେଇଛନ୍ତି । ଭାଙ୍ଗିଲା ୨୧ ବର୍ଷର ପୁରୁଣା ରେକର୍ଡ , ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ବୈଭବ ମାତ୍ର ୧୧ଟି ବଲ୍ ଖେଳି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ସହିତ ସେ ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବାରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଶ୍ରୀଲଙ୍କାର କୌଶଲ୍ୟା ୱିରାରତ୍ନେଙ୍କ ନାମରେ ଥିବା ୨୧ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି !

Leave a Reply

Your email address will not be published. Required fields are marked *