ଡମପଡା ବ୍ଲକ ଅନ୍ତର୍ଗତ ଦୁଇ ଅଧିକାରୀଙ୍କ ଅନ୍ୟତ୍ର ବଦଳି !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅଧୀନରେ ଥିବା ଦୁଇଟି ବିଭାଗର ଅଧିକାରୀ ଏହି ସପ୍ତାହରେ ଅନ୍ୟସ୍ଥାନକୁ ବଦଳି ହୋଇଛନ୍ତି | ଡମପଡା ବ୍ଲକ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କର ଭୁବନେଶ୍ୱରକୁ ବଦଳି ହୋଇଛି | ସେ ଏଠାରେ ତିନିବର୍ଷ ଧରି କାମ କରି ଆସୁଥିଲେ | ସଡକ ଦୁର୍ଘଟଣା, ବନ୍ୟା ଜଳ ଏବଂ ବୁଡିଯିବା ଘଟଣାରେ 100ରୁ ଅଧିକ ମନୁଷ୍ୟ ଏବଂ 200 ଶହରୁ ଅଧିକ ଗୃହପାଳିତ ପଶୁଙ୍କ ଉଦ୍ଧାର କରିଛନ୍ତି | କାଳବୈଶାଖୀ ସମୟରେ ରାସ୍ତା ସଫା କରିବା ପାଇଁ ଉପୁଡି ପଡିଥିବା ଗଛଗୁଡିକୁ କାଟିବା କାର୍ଯ୍ୟ,ଘର ଓ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଯାଇଥିବା ଘଟଣା ପାଖାପାଖି ୧୦ରୁ ଅଧିକ ହେବ । ତାଙ୍କ କାର୍ଯ୍ୟକାଳରେ ବଡ଼ ଆଶ୍ଚର୍ଯ୍ୟ ଘଟଣାଟିଏ ଘଟିଥିଲା ତାହା ଥିଲା, ରତାଗଡ ଗ୍ରାମ ନିକଟସ୍ଥ ମହାନଦୀରେ ଜଣେ ମହିଳା ବୁଡି ଯାଇଥିବା ନେଇ ୩ ଦିନ ଧରି ସନ୍ଧାନ କରାଯାଇଥିଲା । ମାତ୍ର ୩ ଦିନ ପରେ ସ୍ୱାମୀଙ୍କ ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣକ ନିଜ ପ୍ରେମିକଙ୍କ ସହ ପୁରୀରେ ଥିବା ଜଣା ପଡିଥିଲା । ତେଣୁ ଏହିପରି ବହୁତ ଗୁଡିଏ କାର୍ଯ୍ୟକ୍ରମ କରି ଡମପଡା ଅଂଚଳରେ ଲୋକଙ୍କ ପ୍ରିୟ ହୋଇ ପାରିଥିଲେ | ସେହିପରି ଡମପଡା ବ୍ଲକ ପଶୁ ମତ୍ସ୍ୟ ସମ୍ପଦର ଅଧିକାରୀ ନର୍ମଦା ଦାସଙ୍କର ଜଗତସିଂପୁର ମେରାଇନକୁ ବଦଳି ହୋଇଛି | ସେ ତାଙ୍କ କାର୍ଯକାଳ ଭିତରେ ଗ୍ରାମାଞ୍ଚଳ ନାରୀ ଚାଷୀଙ୍କୁ ଏକାଠି କରି ବହୁତ ଗୁଡିଏ ପୋଖରୀ କରି ମାଛ ଉତ୍ପାଦନ ହାରକୁ ବଢ଼ାଇ ପାରିଛନ୍ତି | ବହୁତ ଶିକ୍ଷିତ ବେକାରୀ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରି ପାରିଛନ୍ତି | ଉଭୟଙ୍କୁ ଡମପଡା କାଲିକା ପ୍ରସାଦ ପର୍ଯ୍ୟଟନ କ୍ଷେତ୍ରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା | ଯାହାକୁ ଆୟୋଜନ କରିଥିଲେ ତାଳବସ୍ତ ର ଯୁବ ଗୋପାଳକ ଅଜିତ କୁମାର ବେହେରା |

Leave a Reply

Your email address will not be published. Required fields are marked *