ମହାନଦୀରେ ମାଡି ଆସୁଛି ପାଣି : ମୁଣ୍ଡଳୀରେ ମହାନଦୀର ଭୟଙ୍କର ରୂପ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ବଢୁଛି ମହାନଦୀ ଜଳସ୍ତର , ଚିନ୍ତାରେ ତଳିଆ ଅଂଚଳ ବାସିନ୍ଦା ! ବଢ଼ିବାରେ ଲାଗିଛି ମହାନଦୀରେ ପାଣି , ମୁଣ୍ଡଳୀରେ ଦେଖିବାକୁ ମିଳିଛି ମହାନଦୀର ଭୟଙ୍କର ରୂପ ! ଗତ ସପ୍ତାହରେ ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା , ମହାନଦୀର ଉପର ମୁଣ୍ଡରେ ବର୍ଷା ଏବଂ ହୀରାକୁଦରେ ଗେଟ ଖୋଲାଯିବା ପରେ ବଢୁଛି ମହାନଦୀ ଜଳସ୍ତର ! ମୁଣ୍ଡଳୀରେ ଏହା ବିପଦ ସଂକେତ ଠାରୁ ଅଳ୍ପ ତଳେ ପ୍ରବାହିତ ହେଉଥିବା ସମୟରେ ତଳିଆ ଅଂଚଳରେ ଫୁଲା ପାଣି ପ୍ରବେଶ କରିଛି ! ମହାନଦୀରେ ପାଣି ବଢିଲେ କଟକ ଜିଲ୍ଲାର ବାଙ୍କୀ , ଆଠଗଡ ଏବଂ ବାରଙ୍ଗ ଅଂଚଳରେ ବିଭିନ୍ନ ଶାଖା ନଦୀ ଏବଂ ଉପନଦୀରେ ପାଣି ବଢି ତଳିଆ ଅଂଚଳକୁ ଜଳମଗ୍ନ କରିଥାଏ ! ଲଗାଣ ବର୍ଷାରେ ମୁଣ୍ଡଳୀ ଅଂଚଳର ମତ୍ସ୍ୟଜୀବୀ ମାନେ ହାତବାନ୍ଧି ବସି ରହିଥିବା ସମୟରେ ନଦୀ ବଢିବା ପରେ ଏବେ ମାଛ ମାରିବା ବିପଦପୂର୍ଣ୍ଣ ହୋଇଛି ! ତେବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସତର୍କ ରହିବାକୁ କଟକ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି !

Leave a Reply

Your email address will not be published. Required fields are marked *