ପଥପ୍ରାନ୍ତ ସୁବିଧା କେନ୍ଦ୍ରର ପୁନରୁଦ୍ଧାର ଏବଂ ଲୋକାର୍ପଣ ଉତ୍ସବ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇ ପଡି ରହିଥିଲା ଯାତମୁଣ୍ଡିଆ ପଥପ୍ରାନ୍ତ ସୁବିଧା କେନ୍ଦ୍ର ! ପୂର୍ବ ସରକାର ଙ୍କ ସମୟରେ ଓ ଟି ଡି ସି ପକ୍ଷରୁ ନିର୍ମିତ ବାଙ୍କୀ ଜାତମୁଣ୍ଡିଆ ପଥପ୍ରାନ୍ତ ସୁବିଧା କେନ୍ଦ୍ର ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ହୋଇ ପଡିଥିଲା ! ଏବେ ଦୀର୍ଘ ଦିନ ର ବ୍ୟବଧାନ ପରେ ଏହାର ପୁନଃରୁଦ୍ଧାର ହେବା ସହ ଏହାର ପୁନଃ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏହାକୁ ଫିତା କାଟି , ନଡ଼ିଆ ବାଡ଼ାଇ ଉଦ୍ଘାଟନ କରିଛନ୍ତି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ! ବିଡ଼ିଓ ଅଂଶୁମାନ ଦାସ , ଡମପଡା ବ୍ଲକ ଅଧକ୍ଷ ପ୍ରଣବ କିଶୋର ପଟେଲ , ଜିଲ୍ଲା ପରିଷଦ ସଭ୍ୟା ମିନତୀ ମହାପାତ୍ର , ସ୍ଥାନୀୟ କୁସୁପଙ୍ଗି ପଂଚାୟତର ସରପଞ୍ଚ ନରେଶ ବେଉରା , ରଗଡି ସମିତି ସଭ୍ୟ ଭାଗିରଥି ପାଣି , ବ୍ଲକ ଉପାଧ୍ୟକ୍ଷ ଗୀତାଞ୍ଜଳି ବେଉରା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ! ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର କୁ ସୁଚାର ରୂପେ ପରିଚାଳନା ସହିତ ରକ୍ଷଣା ବେକ୍ଷଣ ଦାୟିତ୍ୱ ନେଇଛନ୍ତି ସ୍ଥାନୀୟ ଘାଷିପୁଟ ଅଂଚଳ ର ଲକ୍ଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ! ପଥପ୍ରାନ୍ତ ଟି ଖୋଲିବା ପରେ ଅଂଶୁପା ହ୍ରଦ ଠାରୁ ଆରମ୍ଭ କରି ମା ଚର୍ଚ୍ଚିକା ଙ୍କ ପୀଠକୁ ବାହାରୁ ଆସୁଥିବା ପର୍ଯ୍ୟଟକ ଏହାର ସମସ୍ତ ସୁବିଧା ପାଇପାରିବେ !

Leave a Reply

Your email address will not be published. Required fields are marked *