ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ରହ୍ମାକୁମାରୀ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ | ନିଶାର କୁପ୍ରଭାବ ପ୍ରତି ଶ୍ରେଣୀର ପାଠ୍ୟ ପୁସ୍ତକରେ ସ୍ଥାନିତ ହେଉ | ଯୁବପୀଢ଼ିଙ୍କ ଭିତରେ ଆଧ୍ୟାତ୍ମିକ ଏବଂ ନୈତିକ ଶିକ୍ଷାର ଘୋର ଅଭାବ ସାମ୍ପ୍ରତିକ ସମୟରେ ଦେଖାଦେଇଛି | ନିଶା ସେବନ ଏବଂ ବିଭିନ୍ନ କଥାକୁ ନେଇ ଦୁଶ୍ଚିନ୍ତା ରହିବା ଫଳରେ ମାନସିକ ରୋଗ ବହୁ ମହିଳା ଓ ଯୁବ ପିଢ଼ିଙ୍କ ଠାରେ ଦେଖା ଦେଉଛି | ସେଥିରୁ ରକ୍ଷା ପାଇବା ପାଇଁ ତଥା ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ପାଇଁ ଆଧ୍ୟାତ୍ମିକ ଅନୁଷ୍ଠାନ ଡମପଡାର ଓମ୍ ଶାନ୍ତି ପରିବାର ତରଫରୁ ଆଜି ସ୍ଥାନୀୟ ଗୋବିନ୍ଦପୁର ଆଦର୍ଶ ବିଦ୍ୟାଳୟରେ ଏକ ନିଶା ନିବାରଣ ସଚେତନ କର୍ମଶାଳା ଆୟୋଜିତ କରିଥିଲେ | ବ୍ରହ୍ମା କୁମାର ବିରଞ୍ଚି ଭାଇ ଓ ସ୍ୱପ୍ନା ଭଉଣୀଙ୍କ ସଂଯୋଜନା ରେ ସଚେତନ ଶିବିରରେ ବହୁ ସମାଜସେବୀ ଭାଇ ଭଉଣୀ ଓ ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ | |ଆଦର୍ଶ ବିଦ୍ୟାଳୟ ର ଆଧ୍ୟକ୍ଷ ଦୀପା ମହାନ୍ତି,ଶିକ୍ଷୟିତ୍ରୀ ତୃପ୍ତିମୟୀମହାନ୍ତି, କୁମାରୀ ରଶ୍ମିତା ପ୍ରମୁଖ ଅତିଥି ବିଚାରକ ଭାବେ ଯୋଗ ଦେଇ ନିଶା ନିବାରଣ ଉପରେ ବକ୍ତବ୍ୟ ରଖିଥିଲେ | ଆଦର୍ଶ ବିଦ୍ୟାଳୟର ଷଷ୍ଠ ରୁ ଯୁକ୍ତ ଦୁଇ ଶ୍ରେଣୀର ସମସ୍ତ ପିଲାମାନେ ନିଶା ଠାରୁ ଦୁରେଇ ରହିବା ପାଇଁ ଏକ ସାମୁହିକ ଶପଥ ପାଠ କରିଥିଲେ |
ଡମପଡା ବ୍ରହ୍ମାକୁମାରୀ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ !!!

