ଗୋଶାଳା ଭିତରେ ଆଣ୍ଠୁଏ କାଦୁଅ : କଲବଲ ହେଉଛନ୍ତି ଗୋରୁ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଆଇନ ଗୋଚାଲାଣ ରୋକିବାରେ କଠୋର ଆଭିମୁଖ୍ୟ ନେଇଛନ୍ତି ରାଜ୍ୟ ସରକାର ! ଗୋସୁରକ୍ଷା ନାମରେ ରାଜ୍ୟରେ ଗଠିତ ହୋଇଛି ବହୁ ସଂଗଠନ ! ପୁଲିସ ଠାରୁ ମଧ୍ୟ ଅଧିକ ପେଟ୍ରୋଲିଙ୍ଗ କରୁଛନ୍ତି ସଂଗଠନର ସଭ୍ୟ ! ଗୋରୁ ଭର୍ତ୍ତି ଗାଡି ଜବତ ସହ ଗୋମାତାଙ୍କୁ ଉଦ୍ଧାର କରାଯାଉଥିବା ନେଇ ଖବର ସବୁଦିନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି ! ତେବେ ଉଦ୍ଧାର ହୋଇଥିବା ଗୋମାତା କେଉଁ ପରିବେଶରେ ରହୁଛନ୍ତି , ଖାଉଛନ୍ତି କଣ , ସେମାନଙ୍କର ଦାୟିତ୍ୱ ନେଉଛି କିଏ ! ସରକାରୀ ପ୍ରୋତ୍ସାହନ ଏବଂ ଆଂଶିକ ଅନୁଦାନରେ ନିର୍ମିତ ହୋଇଛି ଅନେକ ଗୋଶାଳା ! ନୟାଗଡ ଜିଲ୍ଲା ଭାପୁର କୁ ଖବର ସଂଗ୍ରହ ପାଇଁ ଯିବା ସମୟରେ ଆମ ନଜର ପଡିଥିଲା ଖୋର୍ଦ୍ଧା ଜିଲ୍ଲା ପାଟପୁର ପଂଚାୟତ ରେ ନିର୍ମିତ ଏହି ଗୋଶାଳା ଉପରେ ! ଲଘୁଚାପ ବର୍ଷାରେ , ଅସ୍ଥାୟୀ ଵାଡ ଘେରା ପରିବେଶରେ ଖୋଲା ଆକାଶ ତଳେ ଠିଆ ହୋଇ ରହିଥିଲେ ଶହେ ରୁ ଅଧିକ ଗୋରୁ , ପାଖକୁ ଯାଇ ଦେଖିବା ବେଳକୁ ଗୋଶାଳା ପାଖରେ ପଙ୍କ କାଦୁଅ ଭର୍ତ୍ତି ଏକ ଗଛ ମୂଳେ ପଡି ରହିଥିଲେ ଉଦ୍ଧାର ହୋଇଥିବା କେତେକେ ମଇଁଷି !

Leave a Reply

Your email address will not be published. Required fields are marked *