ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲାରେ ଯୁବ ଉଦ୍ୟୋଗୀ, ନବପ୍ରବର୍ତ୍ତକ ଓ ଷ୍ଟାର୍ଟଅପ୍ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ତଥା ଜିଲ୍ଲାରେ ଏକ ସୁଦୃଜ ଷ୍ଟାର୍ଟଅପ୍ ଲକୋସିଷ୍ଟମ୍ ଗଠନ ଉଦ୍ଦେଶ୍ୟରେ ନୟାଗଡ଼ସ୍ଥିତ DRDA ସୃଜନ କନଫରେକ୍ଟ ହଲ୍ ଠାରେ ‘ଜିଲ୍ଲା ଜନ ସମ୍ପର୍କ କାର୍ଯ୍ୟକ୍ରମ ପ୍ରତ୍ୟେକ ଜିଲ୍ଲା ରେ ନବସୃଜନ” ଆୟୋଜିତ ହୋଇ ଯାଇଅଛି ।
ଉଦ୍ଘାଟନୀ ଅଧିବେଶନରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତି ମଧୁମିତା ରଥ, IAS, ଷ୍ଟାର୍ଟ-ଅପ ଓଡିଶା ର CEO ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ, IAS, OASMEର ଚେୟାରମ୍ୟାନ ଶ୍ରୀ ଗୌରୀ ଶଙ୍କର ଦାସ ତଥା Secretary General ଶ୍ରୀ ସାତ୍ଵିକ ସ୍ବାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତ, OAS ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟ ଅପ ଓଡିଶା ପକ୍ଷରୁ ଓଡ଼ିଶାର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଏବଂ ଓଡିଶା ଷ୍ଟାର୍ଟ ଅପ ପଲିସୀ 2016 ଅଧୀନରେ ଉପଲବ୍ଧ ସହାୟତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିସହିତ ଓଡ଼ିଶାରେ ନିର୍ମାଣ ଭିଭିକ ଷ୍ଟାର୍ଟଅପ୍ର ଭବିଷ୍ୟତ ବିକାଶ ଏବଂ ଉପଲବ୍ଧ ଇକୋସିଷ୍ଟମ୍ ସୁବିଧା ଉପରେ ପ୍ୟାନେଲ୍ ଆଲୋଚନା କରିଥିଲେ ।
ନୟାଗଡ଼ ଜିଲ୍ଲା ପାଇଁ ବିଶେଷ ଗୁରୁତ୍ବ ରଖୁଥୁବା “ପର୍ଯ୍ୟଟନ ସଂକ୍ରାନ୍ତୀୟ ଷ୍ଟାର୍ଟ ଅପ ବିଷୟରେ ଆଲୋଚନା ହୋଇଥିଲା। ଏହାସହିତ ଷ୍ଟାର୍ଟଅପ୍କୁ ମନସ୍ତତ୍ତ୍ଵ ରୁ ନିବେଶ ପର୍ଯ୍ୟନ୍ତ ନେବା, ଷ୍ଟାର୍ଟଅପ୍କୁ ବ୍ୟାଙ୍କ ଋଣ ପାଇଁ ପ୍ରସ୍ତୁତ କରିବା ଏବଂ ପ୍ରାରମ୍ଭିକ ପର୍ଯ୍ୟାୟର ଆର୍ଥିକ ତ୍ରୁଟି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
“ନୟାଗଡ ରେ ଉଦ୍ୟୋଗୀକରଣ ର ସୁଯୋଗ – ସ୍ଥାନୀୟ ସମ୍ପଦ ରୁ ଚିରନ୍ତନ ଓ ସ୍ଥାୟୀ ଉଦ୍ୟୋଗ” ଶୀର୍ଷକ ପ୍ୟାନେଲ୍ ଆଲୋଚନାରେ ଜିଲ୍ଲା ପ୍ରଶାସନ, କୃଷି, DRDA, ଶିଳ୍ପ, OASME ଏବଂ ଅନ୍ୟ ସମ୍ପୃକ୍ତ ବିଭାଗର ପ୍ରତିନିଧିମାନେ ଯୋଗଦେଇ ନୟାଗଡ଼ର ସ୍ଥାନୀୟ ସମ୍ପଦ ଆଧାରିତ ସ୍ଥାୟୀ ଉଦ୍ୟୋଗ ପାଇଁ ଉପଲବ୍ଧ ସୁବିଧା ସୁଯୋଗ ଉପରେ ମତବିନିମୟ କରିଥିଲେ ।
ଅପରାହ୍ଣ ଅଧିବେଶନରେ “ଚିନ୍ତନ ରୁ ଉଦ୍ୟୋଗୀକରଣ ର ପଥ” ବିଷୟରେ ବୈଷୟିକ ସେସନ୍, ଏବଂ ଓଡିଶା ସଂଗ୍ରହୀକରଣ ଅଗ୍ରାଧିକାର ପଲିସୀ ଉପରେ ଆଲୋଚନା କରାଯାଇଥିଲା। ଏହା ଷ୍ଟାର୍ଟଅପ୍ଗୁଡ଼ିକୁ ସରକାରୀ କ୍ରୟ ବ୍ୟବସ୍ଥାରେ ଉପଲବ୍ଧ ସୁଯୋଗ ସମ୍ପର୍କରେ ଅବଗତ କରିବାରେ ସହାୟକ ହୋଇଥିଲା ।
ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ନୟାଗଡ଼ ଜିଲ୍ଲାର ଯୁବପିଢ଼ି ଓ ଉଦ୍ୟୋଗୀମାନଙ୍କୁ ଷ୍ଟାର୍ଟ ଅପ ସମ୍ବନ୍ଧୀୟ ସଚେତନତା, କ୍ଷମତା ବିକାଶ, ମାର୍ଗଦର୍ଶନ ଏବଂ ବିଭିନ୍ନ ସୁଯୋଗ ଓ ବଜାର ସହିତ ସଂଯୋଗ ପାଇଁ ଏକ ଉପଯୁକ୍ତ ମଞ୍ଚ ମିଳିଛି। ଜିଲ୍ଲାର ସ୍ଥାନୀୟ ସମ୍ପଦ, ପ୍ରତିଭା ଓ ନବସୃଜନକୁ ଆଧାର କରି ନୂଆ ଉଦ୍ୟମ ସୃଷ୍ଟି ଏବଂ ରୋଜଗାରର ସୁଯୋଗ ବୃଦ୍ଧି ଦିଗରେ ଏହି ପଦକ୍ଷେପ ଏକ ମହତ୍ତ୍ଵପୂର୍ଣ୍ଣ ପ୍ରୟାସ ।

