ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ପୋଲିସ୍ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବ୍ରାଉନ୍ ସୁଗାର କାରବାରର ମୁଖ୍ୟ କିଙ୍ଗ ପିନ ବାଲିଗୁଡ଼ା କଟାରୀ ସାହିର ରାଧେଶ୍ୟାମ କାର୍ଜି (୨୭) କୁ ୫୯ ନଂ. ଜାତୀୟ ରାଜପଥ ଗୋଇବନ୍ଧା ପୋଲ ନିକଟରୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ନିକଟରୁ ୬.୭ ଗ୍ରାମ୍ ବ୍ରାଉନ୍ ସୁଗାର, ୨୧ କେଜି ୧୦୦ ଗ୍ରାମ ଗଞ୍ଜେଇ ସମେତ ନଗଦ ୧୨ ହଜାର ଟଙ୍କା ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ୍। ଜବତ ବ୍ରାଉନ ସୁଗାର ଓ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି । ସେପଟେ ବାଲିଗୁଡ଼ା ଅଞ୍ଚଳରେ ଦୀର୍ଘ ଦିନ ଧରି ରାଧେଶ୍ୟାମ ନୟାଗଡ଼ ଓ ଖୋର୍ଦ୍ଧା ଅଞ୍ଚଳରୁ ବ୍ରାଉନ୍ ସୁଗାର ଆଣି ବାଲିଗୁଡ଼ା ଅଞ୍ଚଳରେ କାରବାର ଚଳାଇଥିବା ବେଳେ ବେଆଇନ୍ ଗଞ୍ଜେଇ କାରବାର ମଧ୍ୟ କରୁଥିଲା । ପୂର୍ବରୁ ରାଧେଶ୍ୟାମ ଦୁଇଥର ଗିରଫ ହୋଇ ଜେଲ୍ ଯାଇ ଫେରିଥିବା ବେଳେ କିଛି ସହଯୋଗୀଙ୍କୁ ଧରି ଏବେ ମଧ୍ୟ ନିଶା କାରବାର କୁ ଜୋରଦାର କରି ଚଳାଇଥିବା ଘଟଣା ବାଲିଗୁଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ସମିର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପୋଲିସ୍ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଅଭିଯୁକ୍ତକୁ ଗିରଫ କରାଯାଇ ବାଲିଗୁଡ଼ା ଥାନାରେ ଏନ୍‌ଡିପିଏସ୍‌ ଆଇନର ଧାରା ୨୦(ବି)(ii)(C)/୨୧(ବି) ଅନୁଯାୟୀ କେଶ ନଂ. ୨୧୫/୨୬ ରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଆହୁରି ୫/୬ ଜଣ ସମ୍ପୃକ୍ତ ଥିବା ଘଟଣା ସାମ୍ନାକୁ ଆସିଛି, ଏନେଇ ପୋଲିସ୍ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ବିଷୟ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *