ପ୍ରସ୍ତାବିତ ଲିଫ୍ଟ ପାଇଁ ଶୁଭ : ଫ୍ରେମ ରେ ତିନି , ହେଲେ ଫଳକରେ ଦୁଇ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ଫି ଦିନ ଘଟୁଛି ନୂଆ ନୂଆ ରାଜନୈତିକ ଘଟଣା , ସାଧାରଣ ଲୋକ ବି କଥା ହେଉଛନ୍ତି ଆଗକୁ କଣ ଗୋଟେ ହେବ ! କେତେବେଳେ ବିଜେପି ନେତା ଓ କର୍ମୀ ବ୍ଲକ ଭିତରେ ପଶି ବିଭିନ୍ନ ଘୋଟଲା ସମ୍ପର୍କରେ ତଥ୍ୟ ଦେଇ ବିଡ଼ିଓ ଙ୍କୁ ଜବାବ ତଲବ କରୁଛନ୍ତି ତ ଆଉ କେତେବେଳେ ବିଧାୟକଙ୍କ ସମର୍ଥକ ରାସ୍ତାରେ ବାଙ୍କୀ ପ୍ରଶାସନ ଜିନ୍ଦାବାଦ ନାରା ଦେଉଛନ୍ତି ! ହେଲେ ଏ ସମସ୍ତ ଘଟଣାର ସାତ ଦିନ ପରେ ଉଭୟ ଗୋଷ୍ଠୀର ନେତା କଟକ ସାଂସଦଙ୍କ ସହିତ ମା ଚର୍ଚ୍ଚିକା ମନ୍ଦିରରେ ଲିଫ୍ଟ ର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଏକାଠି ହୋଇ ଦୀପ ଜାଳୁଛନ୍ତି ! ଲୋକେ ବୁଝି ପାରୁ ନାହାନ୍ତି କାହାର ଉଦ୍ଦେଶ୍ୟ କଣ , କେବଳ କର୍ମୀ ମାନେ ନିଜ ନିଜ ଭିତରେ ଛକାପଞ୍ଝା ହୋଇ ରହୁଛନ୍ତି ! ଉପର ମହଲରେ ଚାଲିଛି ଚତୁରେ ଚତୁରେ କୋଳାକୋଳି ନୀତି , ମା ଚର୍ଚ୍ଚିକା ମନ୍ଦିର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏପରି ଘଟଣା ! କିନ୍ତୁ ମନ୍ଦିର ଭିତର ଫଟୋ ଏବଂ ଶିଳାନ୍ୟାସ ଫଳକର ଫଟୋ ଦେଖି କିଛି ଲୋକ କହୁଛନ୍ତି – ଫ୍ରେମ ରେ ତିନି , ହେଲେ ଫଳକରେ ଦୁଇ !

Leave a Reply

Your email address will not be published. Required fields are marked *