ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପବିତ୍ର ରକ୍ଷା ବନ୍ଧନରେ ଦିବ୍ୟାଙ୍ଗ ଙ୍କୁ ବାଣ୍ଟିଲେ ଖୁସି , ଦୃଷ୍ଟି ବାଧିତ ପିଲାଙ୍କୁ ରାକ୍ଷୀ ବାନ୍ଧିଲେ , ମିଠା ଖୁଆଇଲେ ଆଉ ଉପହାର ବି ଦେଲେ ! ହାପି ଫର ଅଲ ତରଫରୁ ରକ୍ଷା ବନ୍ଧନ ଉତ୍ସବ ! ହାପି ଫର ଅଲ ର ସଭାପତି ବିଶ୍ୱଜିତ ରଣା ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସାମାଜିକ କର୍ମୀ ଯୋଗଦେଇ ଦୃଷ୍ଟିହୀନ ପିଲାମାନଙ୍କୁ ରାକ୍ଷୀ ବାନ୍ଧିଥିଲେ ! ଗତ ଦଶ ବର୍ଷ ଧରି ଅନୁଷ୍ଠାନ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ପ୍ରକାଶ କରିଛନ୍ତି ସଂଗଠନର ପ୍ରତିଷ୍ଠାତା ସୂର୍ଯ୍ୟକାନ୍ତୀ ରଣା ! ଆଜିର କାର୍ଯ୍ୟକ୍ରମରେ ବହୁ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିବା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା !
ହାପି ଫର ଅଲ ତରଫରୁ ରକ୍ଷା ବନ୍ଧନ ଉତ୍ସବ !!!

