ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂଆସାହିର ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦ ତରଫରୁ ଶ୍ରୀ ଗଣେଶ ଚତୁର୍ଥ ଅବସରରେ ” ନୂଆସାହି ଶ୍ରୀ ଗଣେଶ ମହୋତ୍ସବ ” ମହା ଆଡ଼ମ୍ବରରେ ଆୟୋଜନ କରାଯାଉଛି.
ସର୍ବବୃହତ ଶ୍ରୀ ଗଜାନନଙ୍କ ପ୍ରତିମା ପୂଜା ମଣ୍ଡପରେ ପୂଜା କରାଯାଇ ସାରା ଓଡ଼ିଶାରେ ଏକ ଚର୍ଚ୍ଚିତ ପୂଜା ମଣ୍ଡପ ରୂପେ ଶ୍ରଦ୍ଧାଳୁଙ୍କ ମନରେ ଆମ୍ଭ ଅନୁଷ୍ଠାନ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ସେଥିପାଇ ଆପଣଙ୍କର ଭଲପାଇବା ସହଯୋଗ ଆମ୍ଭମାନଙ୍କୁ ସାହା ହେଇଛି ଏଥି ପାଇଁ ହୃଦୟରୁ ଆପଣଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରୁଛୁ…
ଚଳିତବର୍ଷ ହେବାକୁ ଥିବା ” ନୂଆସାହି ଶ୍ରୀ ଗଣେଶ ମହୋତ୍ସବ-୨୦୨୬ ” ପ୍ରସ୍ତୁତି ପ୍ରାୟ ଶେଷ ପର୍ଯାୟରେ ପହଞ୍ଚିଲାଣି ଏହାକୁ ଓଡ଼ିଶାର ପୁର ପଲ୍ଲୀରେ ପହଞ୍ଚାଇବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି.

