ପରଲୋକରେ ଅସ୍ତରଙ୍ଗ ବ୍ଲକ ନିର୍ଭୟ ପ୍ରତିନିଧି ପ୍ରମୋଦ କୁମାର ଦାସ !!!

Spread the love

ଅସ୍ତରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପରଲୋକରେ ଅସ୍ତରଙ୍ଗ ବ୍ଲକ ନିର୍ଭୟ ପ୍ରତିନିଧି ପ୍ରମୋଦ କୁମାର ଦାସ ! ଅସ୍ତରଙ୍ଗ ଅଞ୍ଚଳର ଜଣେ ଧର୍ମ ପରାୟଣ ବ୍ୟକ୍ତି , ମିଷ୍ଟଭାଷୀ ସାମ୍ବାଦିକ ପ୍ରମୋଦ କୁମାର ଦାସଙ୍କର ୬୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଭଦ୍ର ଓ ଇଶ୍ୱର ଭକ୍ତି ସମ୍ପନ୍ନ ବ୍ୟକ୍ତିତ୍ୱ ଥିବା ସମୟରେ ଅସ୍ତରଙ୍ଗ ବ୍ଲକ୍ ର ନିର୍ଭୟ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ ! ଅସ୍ତରଙ୍ଗ ପ୍ରେସ୍ କ୍ଳବ୍ ର କଲ୍ୟାଣ ପାଣ୍ଠି ର ଅଧ୍ୟକ୍ଷ ଦାୟିତ୍ବ ନିର୍ବାହ କରୁଥିଲେ , ଏବଂ ଅସ୍ତରଙ୍ଗ ମା ଲଷ୍ମୀ କ୍ଳବ୍ ର ସଭାପତି ଭାବେ ଗୁରୁ ଦାୟିତ୍ୱ ସମ୍ପାଦନା କରିଥିଲେ । ସେ ହୃଦରୋଗ ଓ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ । ଶୁକ୍ରବାର ରାତ୍ର ୧୨ ଘଂଟିକା ସମୟରେ ଭୁବନେଶ୍ୱର ସ୍ଥିତ ସମ୍ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଶେଷ ନିଶ୍ୱାସ ତ୍ୟାଗ କଲେ । ଖବର ପାଇ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ତାଙ୍କ ପୈତୃକ ଘର ଅସ୍ତରଙ୍ଗ ସ୍ଥିତ ବାସଭବନ ଯାଇ ଶେଷ ଦର୍ଶନ କରିଥିଲେ ଏବଂ ଅସ୍ତରଙ୍ଗ ଜଣେ ଦକ୍ଷ ଓ ନିର୍ଭିକ ସାମ୍ବାଦିକ ହରାଇଲା ବୋଲି କହିଛନ୍ତି । ତାଙ୍କ ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ତୁଷାରକାନ୍ତି ବେହେରା , ରାଜ୍ୟ କଂଗ୍ରେସ ଉପସଭାପତି ସତ୍ୟବ୍ରତ ପାତ୍ର , ବ୍ଲକ୍ ଯୁବ ବିଜୁ ଜନତା ଦଳ ସଭାପତି ପ୍ରଶାନ୍ତ କୁମାର ନାୟକ , ଅସ୍ତରଙ୍ଗ ପ୍ରେସ୍ କ୍ଳବ୍ ର ଉପଦେଷ୍ଟା ପ୍ରତାପ କୁମାର ପରିଡା, ଶୃଙ୍ଖଳା କମିଟି ଅଧକ୍ଷ ଜଗନ୍ନାଥ ବେହୁରା , ସଭାପତି ଶରତ କୁମାର ପରିଡା ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି । ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗ ରେ ସାରା ଅଂଚଳ ରେ ଶୋକ ର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *