ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପୁରୁଣା ଭୁବନେଶ୍ୱର ରେ ମେଘ ପବନରେ ଭାଙ୍ଗିଲା ଶ୍ରୀ ଗଣେଶ ପୂଜା ତୋରଣ ! ରାଜଧାନୀ ଭୁବନେଶ୍ୱର ରେ ଆନନ୍ଦ ଉଲ୍ଲାସର ସହ ଶ୍ରୀ ଗଣେଶ ପୂଜା ଆୟୋଜିତ ହେଉଛି ! ରାଜଧାନୀର ବିଭିନ୍ନ ଛକ ଜାଗାରେ ବଜାର କମିଟି ଏବଂ ଯୁବକ ସଂଘ ତରଫରୁ ଆୟୋଜିତ ହୋଇଛି ପୂଜା ! ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତୀ , ସୁଦୃଶ୍ୟ ତୋରଣ , ରଙ୍ଗୀନ ଆଲୋକମାଳାରେ ଝଲସୁଛି ପୁରା ରାଜଧାନୀ ! ହେଲେ ପ୍ରକୃତି ଆଗରେ ହାର ମାନିଲା ସାଜସଜା , ଆଜି ସକାଳୁ ହଠାତ ଆରମ୍ଭ ହୋଇଥିଲା ମେଘ ପବନ ! ପୁରୁଣା ଭୁବନେଶ୍ୱର ରଥ ରୋଡ଼ ରେ ତିଆରି ହୋଇଥିବା ସୁଉଚ୍ଚ ତୋରଣ ପବନରେ ଭାଙ୍ଗି ଯାଇଥିଲା ! ମୁଖ୍ୟ ରାସ୍ତା ଉପରେ ତୋରଣ ଆଉଜି ପଡ଼ିଥିଲେ ସୁଦ୍ଧା କାହାର କିଛି କ୍ଷୟ କ୍ଷତି ହୋଇନାହିଁ !


