କିଆପଲ୍ଲା ପଂଚାୟତରେ ବାଙ୍କୀ କଂଗ୍ରେସ ର ମିଶ୍ରଣ ପର୍ବ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରାଜନୈତିକ ଆଲୋଚନାକୁ ନେଇ ସରଗରମ ପୁରା ବାଙ୍କୀ ! ଗୋଟିଏ ଦିନରେ ଆସିଲା ଦୁଇଟି ଖବର କୁ ନେଇ ଚର୍ଚା ! ରାଜ୍ୟସଭା କ୍ରସ ଭୋଟିଂ ନେଇ ବାଙ୍କୀ ବିଧାୟକଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନୋଟିସ , ଅନ୍ୟ ପକ୍ଷରେ ବାଙ୍କୀ କଂଗ୍ରେସ ର ମିଶ୍ରଣ ପର୍ବ ! ବିଜେପି କଥା ନକହିବା ଭଲ , ସେମାନେ ଦୀପ ଜାଳି ଫେସବୁକ ରେ ଛାଡିବାରେ ବ୍ୟସ୍ତ ! ତେବେ ଦୀର୍ଘ ଦିନର ନୀରବତା ପରେ ଦେବାଶିଷ ବାବୁଙ୍କ ରାଜନୈତିକ ଗୋଟି ଚାଳନା କୁ ନେଇ ଚର୍ଚା ଜୋର ଧରିଛି ! ବାଙ୍କୀ କିଆପଲା ପଂଚାୟତରେ କଂଗ୍ରେସ ର ମିଶ୍ରଣ ପର୍ବ ! ବ୍ରହ୍ମପୁରା ପିମ୍ପୂଡ଼ିଆ ଠାରୁ ଏକ ଶୋଭାଯାତ୍ରା ବାହାରି କିଆପଲା ଛକରେ ଆୟୋଜିତ ହୋଇଥିଲା ସାଧାରଣ ସଭା ଏବଂ ମିଶ୍ରଣ ପର୍ବ ! ପଂଚାୟତର ଜଣେ ପୂର୍ବତନ ସରପଞ୍ଚ ତାଙ୍କର ବହୁ ସମର୍ଥକଙ୍କ ସହିତ ଆନୁଷ୍ଠାନିକ ଭବରେ କଂଗ୍ରେସ ରେ ଯୋଗ ଦେଇଛନ୍ତି !

Leave a Reply

Your email address will not be published. Required fields are marked *