ପାରାଦୀପରେ ବିଶ୍ୱକର୍ମା ପୂଜା ପାଇଁ ବିଭିନ୍ନ ସଙ୍ଗଠନ ତରଫରୁ ବିଶାଳ କଳସ ଶୋଭାଯାତ୍ରା !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଚଳଚଞ୍ଚଳ ହୋଇଉଠିଛି ବନ୍ଦର ନଗରୀ ପାରାଦୀପ । ବିଭିନ୍ନ ପୂଜା ମଣ୍ଡପରେ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହେଉଛି । ଏହି ଅବସରରେ ଭାରତୀୟ ବନ୍ଦର ମଜଦୁର ସଂଘ ପକ୍ଷରୁ ଏକ ବିଶାଳ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଶୋଭାଯାତ୍ରାରେ ପାରାଦୀପ ଅଞ୍ଚଳର ବହୁ ମହିଳା ଓ ପୁରୁଷ ଭକ୍ତ ଯୋଗ ଦେଇଥିଲେ । ବାଜା, ବାଣ ଓ ଶଙ୍ଖ ନାଦରେ ପାରାଦୀପ ବେଳାଭୂମି ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା । ସଂଘର ସଭାପତି ରାକେଶ ପଟ୍ଟନାୟକଙ୍କ ସହ ହଜାର ହଜାର ଭକ୍ତ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପୂଜାକୁ ନେଇ ପାରାଦୀପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏଥିସହ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର ସଭାପତି ଅରିନ୍ଦମ ସାର୍ଖେଲ ଙ୍କ ନେତୃତ୍ଵ ରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ପାଇଁ ଅନୁରୂପ ଭାବେ ବାଜା ବାଣ ଓ ବିଭିନ୍ନ ପ୍ରକାର ନାଚ ଘଣ୍ଟ ସହ ବହୁ ସଂଖ୍ୟାରେ ପୁରୁଷ ମହିଳା କଳସ ନେଇ ପାରାଦୀପ ସମୁଦ୍ର କୂଳରେ ପହଞ୍ଚି ପୂଜା ଅର୍ଚ୍ଚନା ସାରି କଳସ ବୁଡ଼ାଇ ମହା ସମାରୋହରେ ପୂଜା ମଣ୍ଡପ ନିକଟକୁ ଆସିଥିଲେ l

Leave a Reply

Your email address will not be published. Required fields are marked *