ମା ଭଗବତୀଙ୍କ ପାଣିତୋଳା ଯାତ୍ରାରେ ମା ମଙ୍ଗଳା ନାଟ୍ୟ ସଂସଦର ସାମାଜିକ ନାଟକ ମଞ୍ଚସ୍ଥ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅନ୍ତରକିଆରୀ ଗ୍ରାମରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପ୍ରସିଦ୍ଧ ପାଣିତୋଳା ଯାତ୍ରା ଅବସରରେ ମା’ ମଙ୍ଗଳା ନାଟ୍ୟ ସଂସଦ ପକ୍ଷରୁ ସାମାଜିକ ନାଟକ ‘ଲୁଚିଲୁଚି ବସି କିଏ କାନ୍ଦୁଛି’ ବମଞ୍ଚସ୍ଥ ହୋଇଯାଇଛି । ପରମ୍ପରା ଅନୁଯାୟୀ ଶନିବାର ଭୋର ସମୟରେ ମା’ ଭଗବତୀ ଅନ୍ତରକିଆରୀ ଗ୍ରାମକୁ ବିଜେ କରିଥିଲେ। ସେଠାରେ ଗ୍ରାମଦେବୀଙ୍କ ପୀଠରେ ସମର୍ପିତ ପନ୍ତୀ ଭୋଗ ଗ୍ରହଣ କରିବା ପରେ ସକାଳ ସମୟରେ ମା’ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ପବିତ୍ର ଯାତ୍ରାକୁ ନେଇ ଗ୍ରାମରେ ଦିନତମାମ ଉତ୍ସବମୁଖର ପରିବେଶ ଲାଗି ରହିଥିଲା। ଏହି ଅବସରରେ ରାତ୍ରି ସମୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମା’ ମଙ୍ଗଳା ନାଟ୍ୟ ସଂସଦର ୧୨୭ତମ ଅବଦାନ ଭାବେ ସାମାଜିକ ନାଟକ ‘ଲୁଚିଲୁଚି ବସି କିଏ କାନ୍ଦୁଛି’ ଦର୍ଶକଙ୍କ ପାଇଁ ଭେଟି ଦିଆଯାଇଥିଲା। ନାଟକଟି ନାଟ୍ୟକାର ଉପେନ୍ଦ୍ର ପରିଡ଼ାଙ୍କ ରଚନା ହୋଇଥିବା ବେଳେ ମାଧବ ବିଶ୍ୱାଳଙ୍କ ନିର୍ଦ୍ଦେଶନାରେ ଏହା ମଞ୍ଚସ୍ଥ ହୋଇଥିଲା।ନାଟକର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ସଂଗଠକ ବାପୁନି ପାଇକରାୟ ଯୋଗଦେଇ ନାଟକର ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ପଞ୍ଚାନନ ପ୍ରଧାନ ନିମନ୍ତ୍ରିତ ଅତିଥି ବିମ୍ବାଧର ବରାଳ, ଗ୍ରାମ ସଭାପତି ଶୁଶାନ୍ତ କୁମାର ପାଇକରାୟ ଗ୍ରାମ କମିଟି ସଭାପତି ବିଜୟ କୁମାର ପ୍ରଧାନ ଗ୍ରାମ ସମ୍ପାଦକ ସିଦ୍ଧେଶ୍ୱର ଲେଙ୍କା ମା’ ମଙ୍ଗଳା ନାଟ୍ୟ ସଂସଦର ଉପଦେଷ୍ଟା ପ୍ରଦିପ୍ତ କୁମାର ଜେନା ଉପଦେଷ୍ଟା ଦିଲ୍ଲୀପ କୁମାର ପ୍ରଧାନ ମ୍ୟାନେଜର ସଂଗ୍ରାମ ବାହୁବଳେନ୍ଦ୍ର ଏବଂ ଅନୁଷ୍ଠାନର ପୁରାତନ କଳାକାର ସଞ୍ଜୟ ପ୍ରକାଶ ପରିଡ଼ା ଙ୍କ ସହ ଯୁବ ସାମ୍ବାଦିକ ରାକେଶ ସାହୁ ଉପସ୍ଥିତ ଥିଲେ। ମଞ୍ଚ ସଞ୍ଚାଳନ କରିଥିଲେ ବ୍ରଜମୋହନ ପ୍ରଧାନ।

Leave a Reply

Your email address will not be published. Required fields are marked *