ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟରତ ଏମଆଇଏସ କମ୍ପ୍ୟୁଟର ପ୍ରୋଗ୍ରାମର, କମ୍ୟୁନିଟି ଅର୍ଗାନାଇଜର ଏବଂ ଆକାଉଣ୍ଟାଣ୍ଟମାନଙ୍କ ଚାକିରି ନିୟମିତ ନେଇ ଧାରଣା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟରତ ଏମଆଇଏସ କମ୍ପ୍ୟୁଟର ପ୍ରୋଗ୍ରାମର, କମ୍ୟୁନିଟି ଅର୍ଗାନାଇଜର ଏବଂ ଆକାଉଣ୍ଟାଣ୍ଟମାନଙ୍କ ଚାକିରି ନିୟମିତକରଣ ଦାବି ନବୀ ରାଜଧାନୀ ଲୋୟର ପିଏମଜି ରେ ଧାରଣା ! ସମଗ୍ର ଓଡ଼ିଶା ପୌର ଚୁକ୍ତିଭିତ୍ତିକ ସଂଘ ପକ୍ଷରୁ ଏହି ପ୍ରେସ ବିବୃତ୍ତି ଜରିଆରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗୁଡ଼ିକରେ ବହୁ ( ୧୩ ରୁ ୧୭) ବର୍ଷ ଧରି ନିଷ୍ଠାର ସହ କାର୍ଯ୍ୟ କରିଆସୁଥିବା ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି।ରାଜ୍ୟର ସହରାଞ୍ଚଳ ବିକାଶ ଓ ଜନସାଧାରଣଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇବାରେ ଏମଆଇଏସ କମ୍ପ୍ୟୁଟର ପ୍ରୋଗ୍ରାମର, କମ୍ୟୁନିଟି ଅର୍ଗାନାଇଜର ଏବଂ ଆକାଉଣ୍ଟାଣ୍ଟମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ସହରାଞ୍ଚଳର ଡାଟା ମ୍ୟାନେଜମେଣ୍ଟ, ବିଭିନ୍ନ ଉନ୍ନୟନମୂଳକ ଯୋଜନାର ହିସାବ କିତାବ ରଖିବା ଏବଂ ତୃଣମୂଳ ସ୍ତରରେ ସାମାଜିକ କଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବାରେ ଏହି କର୍ମଚାରୀମାନେ ଦିନରାତି ପରିଶ୍ରମ କରୁଛନ୍ତି। ରାଜ୍ୟ ସରକାର ପୂର୍ବରୁ ବିଭିନ୍ନ ବିଭାଗରେ ଚୁକ୍ତିଭିତ୍ତିକ ପ୍ରଥାର ଉଚ୍ଛେଦ କରି କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ମାତ୍ର ଦୁଃଖର ବିଷୟ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ପୌର ଚୁକ୍ତିଭିତ୍ତିକ କର୍ମଚାରୀମାନେ ଏପର୍ଯ୍ୟନ୍ତ ନିଜର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହୋଇ ରହିଛନ୍ତି। ରାଜ୍ୟ ସରକାରଙ୍କ କର୍ମଚାରୀ କଲ୍ୟାଣ ନୀତିକୁ ଆଧାର କରି ସଂଘ ପକ୍ଷରୁ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପନକରାଯାଉଛି:୧;ସମସ୍ତ ଚୁକ୍ତିଭିତ୍ତିକ ପଦବୀର ତୁରନ୍ତ ନିୟମିତକରଣ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ ଏମଆଇଏସ କମ୍ପ୍ୟୁଟର ପ୍ରୋଗ୍ରାମର, କମ୍ୟୁନିଟି ଅର୍ଗାନାଇଜର ଏବଂ ଆକାଉଣ୍ଟାଣ୍ଟମାନଙ୍କ ଚାକିରିକୁ ସ୍ଥାୟୀ ବା ନିୟମିତ କରାଯାଉ।୨: ବିଗତ ସେବା ଅବଧିର ଗଣନା: କର୍ମଚାରୀମାନେ ଯେଉଁ ଦିନଠାରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି, ସେହି ଦିନଠାରୁ ସେମାନଙ୍କର ସେବା ଅବଧିକୁ ହିସାବକୁ ନିଆଯାଇ ଚାକିରି ସେବା ସର୍ତ୍ତାବଳୀ ନିର୍ଦ୍ଧାରଣ କରାଯାଉ ବୋଲି ଦାବୀ କରିଛନ୍ତି ଆନ୍ଦୋଳନକାରୀ !

Leave a Reply

Your email address will not be published. Required fields are marked *