ଭାଙ୍ଗିଲା ପୋଲ : ବଢ଼ିଲା ଯାତାୟାତ ସମସ୍ୟା !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦୀପ ବିଜୟଚନ୍ଦ୍ରପୁର ଠାରେ ପୋଲ ଭାଙ୍ଗି ଭୁଶୁଡ଼ି ପଡ଼ିବା ପରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି । ପୋଲ ଭାଙ୍ଗିଯିବା ଯୋଗୁଁ ସ୍ଥାନୀୟ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖବର ପାଇ ପାରାଦୀପ ପୌରାଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ । ସେହିପରି ପାରାଦୀପ ମଣ୍ଡଳ ସଭାପତି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପୋଲଟିର ଖୁବ୍‌ଶୀଘ୍ର ମରାମତି କରାଯାଇ ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ କରାଯିବ ବୋଲି ସେମାନେ କହିଛନ୍ତି । ତେବେ କେତେ ଶୀଘ୍ର ମରାମତି କାମ ଆରମ୍ଭ ହେବାକୁ ସ୍ଥାନୀୟ ଲୋକେ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *