ପୁନର୍ବାର ଷଣ୍ଢ ଗାଈ ଗୋରୁଙ୍କୁ ଅଟକ ରଖିଲେ ଚାଷୀ : ସାମନ୍ତରାପୁର ଗ୍ରାମର ଘଟଣା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ତାଳବସ୍ତ ଗ୍ରାମ ପଂଚାୟତ ସାମନ୍ତରାପୁର ଗ୍ରାମରେ ଚାଷଜମିରେ ବୁଲା ଗାଈ ଷଣ୍ଢଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ି ଚାଲିଛି |ପଂଚାୟତରେ କି ଗାଁ ମାନଙ୍କରେ କାଞ୍ଜିଆହଦା ନାହିଁ ଅମାନିଆ ଗାଈ ଗୋରଙ୍କୁ ଅଟକ ରଖିବା ପାଇଁ |ତେଣୁ କିଛି ଚାଷୀ ଚାନ୍ଦାକରି ବାଉଁଶ ବାରିକେଟ କରି ଗତ ମାସରେ 30 ରୁ ଅଧିକ ଗାଇଙ୍କୁ ଚାରି ପାଞ୍ଚ ଦିନ ଅଟକ ରଖିଥିଲେ | ଡମପଡା ବ୍ଳକ ପ୍ରଶାସନ ଏହା ଉପରେ ତୀକ୍ଷ୍ଣ ନଜର ରଖି ଚାଷୀଙ୍କୁ ଚେତାବନୀ ସହିତ ଗାଇଙ୍କୁ ମୁକ୍ତ କରିଥିଲା |ପୁଣି ମାସକ ପରେ ଉକ୍ତ ଘଟଣାର ପୁନରାବୃତ୍ତି ହୋଇଛି ସେହି ତାଳବସ୍ତ ଗ୍ରାମ ପଂଚାୟତର ସାମନ୍ତରାପୁର ଗ୍ରାମରେ |ମଙ୍ଗଳବାର ଠାରୁ ଅଖିଆ ଅପିଆ ଚାରୋଟି ଷଣ୍ଢ ବାଉଁଶ ବାରିକେଟରେ ଅଟକ ରଖିଥିଲେ ଗାଁର କିଛି ଚାଷୀ ଭାଇମାନେ | ଗୋଟେ ପଟେ ଗାଁ ର ଗୋମାତାଙ୍କୁ ଶିବ ମନ୍ଦିର ପାଖେ ଅଟକ ରଖିଥିବା ବେଳେ ଗ୍ରାମବାସୀମାନେ ମା ଖର୍ପର ଚଣ୍ଡୀ ମନ୍ଦିରରେ ପାଳନ କରୁଛନ୍ତି ବ୍ୟୟ ବହୁଳ ପ୍ରସିଦ୍ଧ ବାର୍ଷିକ ବିଶ୍ୱଶାନ୍ତି ହୋମଯଂଜ୍ଞ |ଏପରି ନକାରାତ୍ମକ କାର୍ଯ୍ୟକଳାପକୁ ସାମାଜିକ କର୍ମୀ ଶୁଭ୍ରାଂଶୁ ଶେଖର ନାୟକ ନିନ୍ଦା କରିବା ସହିତ ଡମପଡା ବ୍ଳକ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ଫଳରେ ବିଡ଼ିଓ ମହାଶୟ ଡମପଡା ତହସିଲଦାରଙ୍କ ସହିତ କଥା ହୋଇ ପଂଚାୟତ ଜନ ପ୍ରତିନିଧିଙ୍କ ମାଧ୍ୟମରେ ଗୋମାତା ମାନଙ୍କୁ ମୁକ୍ତ କରିଛନ୍ତି | ପଂଚାୟତ ସ୍ତରରେ ଗ୍ରାମ ମାନଙ୍କରେ କାଞ୍ଜିଆହୁଦା ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି |

Leave a Reply

Your email address will not be published. Required fields are marked *