ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବିଜେଡି କାର୍ଯ୍ୟାଳୟରେ ସାଧାରଣ ବୈଠକ ! ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳୀୟ ରଣନୀତି ଉପରେ ଆଲୋଚନା ! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ରାମନଗର ହାଇଟେକ୍ ପ୍ଲାଜାସ୍ଥିତ ବିଜେଡି କାର୍ଯ୍ୟାଳୟଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ହାଇଟେକ୍ ଗ୍ରୁପ୍ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ନେତୃତ୍ୱ ନେଇଥିଲେ। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ କିପରି ବିଜୟ ହାସଲ କରିବ, ସେନେଇ ନେତା ଓ କର୍ମୀମାନଙ୍କୁ ବିଭିନ୍ନ ରଣନୀତି ଏବଂ ଦିଗ୍ଦର୍ଶନ ପ୍ରଦାନ କରାଯାଇଥିଲା। ଏହି ସାଧାରଣ ବୈଠକରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓଙ୍କ ସମେତ ବିଭିନ୍ନ ଅଧ୍ୟକ୍ଷ, ଅଧ୍ୟକ୍ଷା, ସରପଞ୍ଚ, ସମିତି ସଦସ୍ୟ, ବିଜେଡିର ବରିଷ୍ଠ ନେତା ଓ କର୍ମୀମାନେ ଯୋଗଦେଇଥିଲେ। ଏଥିସହ ଏସ୍କେସିଜି କଲେଜର ନବନିର୍ବାଚିତ ସମସ୍ତ ଯୁବ ନେତା ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଦଳର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା, ତୃଣମୂଳ ସ୍ତରରେ କର୍ମୀମାନଙ୍କୁ ଏକଜୁଟ କରିବା ଏବଂ ଆଗାମୀ ନିର୍ବାଚନରେ ଦଳୀୟ ସଫଳତା ହାସଲ ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ବୈଠକ ଦଳୀୟ ନେତା, ଜନପ୍ରତିନିଧି ଓ ଯୁବ ନେତୃତ୍ୱଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ସହ ଆଗାମୀ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଏକ ମିଳିତ ଦିଗ୍ନିର୍ଦ୍ଦେଶ ଦେଇଥିବା ଦେଖାଯାଇଥିଲା ।
ପାରଳାଖେମୁଣ୍ଡି ବିଜେଡି କାର୍ଯ୍ୟାଳୟରେ ସାଧାରଣ ବୈଠକ !!!

