ସୁନ୍ଦରଗଡ ଇଂଞ୍ଜିନିଅରିଂ ସ୍କୁଲର ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ୱେବିନାର ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ସୁନ୍ଦରଗଡ ଇଂଞ୍ଜିନିଅରିଂ ସ୍କୁଲର ୧୯୯୮ ମସିହାର ପୁରାତନ ଛାତ୍ରଙ୍କ ଅନଲାଇନ ବୈଠକ ଆୟୋଜିତ ହୋଇଯାଇଛି . ଛାତ୍ର ଜୀବନର ସ୍ମୃତି ବଖାଣିବା ସହ, କରୋନା ସମୟରେ ବିଭିନ୍ନ ସେଵାକାର୍ଯ୍ୟ, ସଚେତନତା ଉପରେ ଆଲୋଚନା କରାଯାଇ ସାମାଜିକ ସଂଗଠନ ଆଦର୍ଶ ଯୁବ ସଂଘ ଭାରତ ପକ୍ଷରୁ ଆଗାମୀ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଥିଲା । ଡିପ୍ଲୋମା ମେକାନିକାଲ ଇଂଞ୍ଜିନିଅରିଂ ବିଭାଗର ସ୍ୱର୍ଗତ ଇଂ.ସୁରଜ ଛେତ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି ବୈଠକରେ ଇଂ.ସଂଜୟ ପଟେଲ, ଇଂ.ବିନତ ନାୟକ, ଇଂ.ଉତ୍ତମ କୁମାର ପଟ୍ଟାୟତ, ଇଂ.ବିମଳେନ୍ଦୁ ଠାକୁର୍, ଇଂ.ପ୍ରଶାନ୍ତ କୁମାର ଗିରି, ଇଂ.ସଂଜୟ କୁମାର ବେହେରା, ଇଂ.ମାନସ ରଞ୍ଜନ ନନ୍ଦୀ, ଇଂ.ଶାନ୍ତନୁ ପରିଡ଼ା, ଇଂ.ସୁଶାନ୍ତ କୁମାର ଭୋଇ, ଇଂ.ନଳିନୀ ରଞ୍ଜନ ମନ୍ତ୍ରୀ, ଇଂ.ଶାଶ୍ଵତ ରଥ ପ୍ରମୁଖ ବଂଧୁବର୍ଗ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *